ନୂଆ ଦଳ ଘୋଷଣା କଲେ ଦାମୋଦର ରାଉତ, ଜାଣନ୍ତୁ କଣ ରଖିଲେ ନାଁ

ଭୁବନେଶ୍ବର : ନୂଆ ଦଳ ନାଁ ଘୋଷଣା କଲେ ବିଧାୟକ ଦାମୋଦର ରାଉତ । ନାଁ ରଖିଛନ୍ତି ‘ବିଜୁ ସମତା କ୍ରାନ୍ତି ଦଳ’। ଏହାର ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ଦାମୋଦର ରାଉତ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ପୂର୍ବରୁ ବ୍ରଜ କିଶୋର ତ୍ରିପାଠୀ ସମତାକ୍ରାନ୍ତି ଦଳ ଗଠନ କରିଥିଲେ । ରାଜ୍ୟର ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଏହାର ନାମକୁ ସଂଶୋଧନ କରି ବିଜୁ ସମତା କ୍ରାନ୍ତି ଦଳ ରଖାଯାଇଛି । ଦଳକୁ ସଶକ୍ତ କରିବାକୁ ବିଭିନ୍ନ ବର୍ଗର କର୍ମୀ, ବୁଦ୍ଧିଜୀବୀ ଓ ଯୁବକ ଯୁବତୀଙ୍କୁ ଆହ୍ଵାନ ଦିଆଯାଇଛି । ଆଗାମୀ ଦିନରେ ଏହା ଓଡ଼ିଶାରେ ଏକ ବିକଳ୍ପ ରାଜନୈତିକ ଦଳ ଭାବେ ଉଭା ହେବ ବୋଲି ନେତା କହିଛନ୍ତି ।

Leave A Reply

Your email address will not be published.