ରାଜ୍ୟ

ମୟୁରଭଞ୍ଜ: ଶୁକୃଳି ବ୍ଳକର ଉଦ୍ୟାନ କାର୍ଯ୍ୟାଳରେ ଭିଜିଲାନ୍ସ ଚଢ଼ାଉ,୬୨୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ HEW ଗିରଫ

ମୟୁରଭଞ୍ଜ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଳକ ର ଉଦ୍ୟାନ କାର୍ଯ୍ୟାଳରେ  ଭିଜିଲାନ୍ସ ଚଢ଼ାଉ।    ଉଦ୍ୟାନ ବିଭାଗର କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଉଦ୍ୟାନ ସାଥୀ ଠାରୁ  ୬୨୦୦ ଟଙ୍କା ଲାଞ୍ଚ  ନେଉଥିବା ବେଳେ ବାରିପଦା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ ଶୁକୃଳି ବ୍ଲକ ଚତୁରାଞ୍ଜଳି ପଞ୍ଚାୟତ ବଡ଼ପାଣି ଗ୍ରାମର ମନରେଗା ଯୋଜନାରେ ଏକ କାର୍ଯ୍ୟରେ ବିଲ ପାସ୍ କରାଇବା ପାଇଁ ଉଦ୍ୟାନ ସାଥୀ ଚନ୍ଦ୍ର ବୈପାଇଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବ୍ଲକ ଉଦ୍ୟାନ ବିଭାଗର କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀ ମନୋଜ କୁମାର ସାହୁ । ଉଭୟଙ୍କ ମଧ୍ୟରେ ମୁଲଚାଲ ପରେ ୬ ହଜାର ୫ ଶହ ଟଙ୍କାରେ କଥା ଛିଣ୍ଡିଥିଲା । ମାତ୍ର ଏହି ଲାଞ୍ଚୁଆ କ୍ଷେତ୍ର ସମ୍ପ୍ରସାରଣ ଅଧିକାରୀଙ୍କୁ ଏକ ଶିକ୍ଷା ଦେବା ନିମନ୍ତେ ଉଦ୍ୟାନ ସାଥୀ ଶ୍ରୀ ବୈପାଇ ବାରିପଦା ଭିଜିଲାନ୍ସ ୟୁନିଟ୍ ସହିତ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ। ପୂର୍ବ ପ୍ରସ୍ତୁତ ଯୋଜନା ଅନୁସାରେ ଆଜି ଭିଜିଲାନ୍ସ ଅଧିକାରୀ ତାଙ୍କୁ ଘଟଣା  ସ୍ଥଳରୁ ଗିରଫ କରିଛନ୍ତି।

ଏହାପରେ ଆବଶ୍ୟକ କାଗଜପତ୍ର ପ୍ରସ୍ତତ ହେବା ପରେ ବ୍ଲକ୍ ଉଦ୍ୟାନ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସାହୁଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଇଥିଲେ । ବାରିପଦା ଭିଜିଲାନ୍ସ ଡିଏସ୍ପି ଶରତ ମହାପାତ୍ରଙ୍କ ନେତୃତ୍ୱରେ ଭିଜିଲାନ୍ସ ଇନ୍ସପେକ୍ଟର ସୁଶୀଳ କୁମାର ଇକ୍କା, ବାଲେଶ୍ୱର ଇନ୍ସପେକ୍ଟର ଦୁଷ୍ମନ୍ତ ନାୟକ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଗୃହ ଉପଯୋଗୀ ବସ୍ତୁ ବୃଦ୍ଧି ପାଇବ । ଖର୍ଚ୍ଚ ଅଧିକ ହେବ…

6 hours ago

ଧାନ ତଳି ପକାଇବା ପାଇଁ ବିଲରୁ ଘାସ କାଟି ସଫା କରୁଥିଲେ, ଇଲେକ୍ଟ୍ରି ତାର ଲାଗି କୈଳାସଙ୍କ ମୃତ୍ୟୁ

ମାର୍ଶାଘାଇ(କେନ୍ୟୁଜ): ସକାଳୁ ସକାଳୁ ଯାଇଥିଲେ କ୍ଷେତକୁ । ଧାନ ତଳି ପକାଇବା ପାଇଁ । ହେଲେ ସେ କଣ ଜାଣିଥିଲେ…

9 hours ago

ବିଏସକେଓ୍ଵାଇ କାର୍ଡ଼ କଣ ବନ୍ଦ ହୋଇଗଲା ? କେତେ ସତ କେତେ ମିଛ

ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆଉ କାମ କରୁନି ? ଲକ୍ଷ୍ମୀ ବସ୍‌ ଆଉ ଚାଲୁନି ? ଆହାର ଆଉ ମିଳିବ…

9 hours ago

ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ, ନିଜ ଅଞ୍ଚଳବାସୀଙ୍କ ସହ କାମ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶା ପାଇଁ ପରିଶ୍ରମ କରିଛୁ, ଆଗକୁ କରିବୁ । ୨୪ ବର୍ଷର ଶାସନକୁ ନେଇ କୌଣସି ଲାଜ କରିବାର…

9 hours ago

ଆସିଲା ହାତୀ ଗଣନା ରିପୋର୍ଟ, ରାଜ୍ୟରେ ମୋଟ ୨୦୯୮ ହାତୀ

ଭୁବନେଶ୍ୱର(କେନ୍ୟୁଜ୍‌): ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି ମାତ୍ର…

11 hours ago

ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ନିବାସରେ ବିଜେଡିର ବୈଠକ । ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ । ନବୀନ…

11 hours ago