ରାଜ୍ୟ

ବାଲେଶ୍ଵର: ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ, ହସ୍ପିଟାଲ ଗେଟ ଆଗରେ ଧାରଣା ଦେଲେ ନର୍ସ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ଵର କୋଭିଡ ହସ୍ପିଟାଲରେ ଠିକା ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ସହ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ । ଫଳରେ ଆଜି ନର୍ସମାନେ ହସ୍ପିଟାଲରେ ଆଗରେ ଧାରଣା ଦେଇଥିବା ସାମ୍ନା କୁ ଆସିଛି । ବାଲେଶ୍ଵର ଜିଲ୍ଲା କୁରୁଡ଼ା ନିକଟରେ ଥିବା ଜ୍ୟୋତି କୋଭିଡ ହସ୍ପିଟାଲ ରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଭିଯୋଗ ଅନୁସାରେ କୋଭିଡ ହସ୍ପିଟାଲରେ ଏବେ ଠିକା ନର୍ସମାନେ କାର୍ଯ୍ୟ କରୁଥିବା ବେଳେ ହସ୍ପିଟାଲରେ ମ୍ୟାନେଜର ନର୍ସମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତନା ଦେବା ସହ ରାତି ଅଧରେ ଏକୁଟିଆ ରୁମକୁ ଡାକୁଥିବା ନର୍ସମାନେ ଅଭିଯୋଗ କରିଛନ୍ତି।

ଏହାସହ ସମ୍ପୃକ୍ତ ମ୍ୟାନେଜର ନର୍ସମାନଙ୍କ ନମ୍ବରରେ ଦ୍ଵିଅର୍ଥବୋଧକ ମେସେଜ ପଠାଉଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ନର୍ସମନେ ଘଟଣା କୁ ନେଇ ବାରମ୍ବାର ହସ୍ପିଟାଲ କର୍ତୁପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସଂପୃକ୍ତ ମ୍ୟାନେଜରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେବା ଓ ଆଜି ଉକ୍ତ ମ୍ୟାନେଜରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବିକରି ନର୍ସମାନେ ହସ୍ପିଟାଲ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି। ଦୀର୍ଘସମୟ ଯାଏ ସେମାନଙ୍କ ପାଖରେ କେହି ପହଞ୍ଚି ନଥିବା ବେଳେ ବିଳମ୍ବିତ ରାତି ଯାଏ ନର୍ସମାନେ ଧାରଣା ଦେଇଥିଲେ। ପରେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

Sasmita

Recent Posts

ଦିନରେ ଥରେ ଖାଇବା ଏକ ଭଲ ଅଭ୍ୟାସ କି? ଜାଣନ୍ତୁ ଶରୀର ଉପରେ କ’ଣ ପ୍ରଭାବ ପଡିଥାଏ

ଓଜନ ହ୍ରାସ କରିବାକୁ, ଆଜିକାଲି ପ୍ରାୟତଃ ଲୋକମାନେ ଡାଏଟିଂ କରୁଛନ୍ତି । କେହି କେହି ରୁଟି ଖାଇବା ବନ୍ଦ କରିଦିଅନ୍ତି…

27 seconds ago

ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ । ନୂଆପଡା ଟ୍ରେନ ଲାଇନର ତୁରେକେଲା ଷ୍ଟେସନ ନିକଟ…

1 min ago

କୋରାପୁଟ ରାୟଗଡ ରେଲୱେ ଟ୍ରାକରେ ବିଏସଏଫ ଯବାନଙ୍କ ମୃତଦେହ ଠାବ

କୋରାପୁଟ (କେନ୍ୟୁଜ): ବିଏସଏଫ ଯବାନଙ୍କ ମୃତଦେହ ଠାବ । କୋରାପୁଟ ରାୟଗଡ ରେଲୱେ ଟ୍ରାକରେ ମୃତଦେହ ଉଦ୍ଧାର ହୋଇଛି । …

17 mins ago

ମହାରାଷ୍ଟ୍ର: ସରାବଲୀରେ ସାନିଟାରୀ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ସବୁ ଜଳିପୋଡି ପାଉଁଶ

ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଥିବା ସରାବଲୀ MIDC ରେ ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ଘଟଣା ସ୍ଥଳରେ…

29 mins ago

ସଇତାନ ପୁଅ: ଜୀବନ ନେଇଗଲା ଜନ୍ମକଲା ମା’ର

ଦେବଗଡ(କେନ୍ୟୁଜ): ଘରେ ପୁଅଟିଏ ଜନ୍ମ ହେଲେ ବାପା ମା' ଙ୍କ ଖୁସି କହିଲେ ନସରେ । ଏଥିପାଇଁ କେତେ ଦିଅଁ…

43 mins ago

ଫ୍ଲିପକାର୍ଟରେ ମିଳୁଛି ବଢ଼ିଆ ଅଫର, ୧୦ ହଜାର ଟଙ୍କାରେ ମିଳୁଛି POCOର ଏହି ସ୍ମାର୍ଟଫୋନ୍

ଫ୍ଲିପକାର୍ଟରେ POCO M6 Pro 5G ସ୍ମାର୍ଟଫୋନ୍ ଉପରେ ଏକ ବଡ଼ ଡିସକାଉଣ୍ଟ ଦିଆଯାଉଛି । ଏହି ଡିସକାଉଣ୍ଟରେ ଆପଣ…

53 mins ago