ରାଜ୍ୟ

ଯାଜପୁର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀର ବନ୍ଯାଜଳରେ ତାସ୍‌ ଭଳି ଭୁଶୁଡି ଭାସିଗଲା ଦୁଇ ମହଲା ଘର

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ୍। ଜିଲ୍ଲାର ୧୦ଟି ବ୍ଲକ ପ୍ରଭାବିତ ହୋଇଛନ୍ତି। ତା ମଧ୍ୟରୁ ଯାଜପୁର ରସୁଲପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ବ୍ଲକର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀରେ ଭାସିଗଲା ଦୁଇ ମହଲା ଘର । ତାସ୍‌ ଭଳି ଘରଟି ଭୁଶୁଡି ପଡି ନଦୀ ଗର୍ଭରେ ମିଶିଯାଇଥିଲା। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

ବୈତରଣୀ ବନ୍ୟା ପରେ ଏବେ ଫୁଲୁଛି ବ୍ରାହ୍ମଣୀ, ଜଳକ ଓ ବୁଢାବଳଙ୍ଗ। ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଯାଜପୁର ବିଂଝାରପୁର, ଦଶରଥପୁର, ବରୀ, ରସୁଲପୁର , କୋରେଇ , ଧର୍ମଶାଳା , ବଡଚଣା ବ୍ଲକ ଗୁଡିକ ଅଧିକ ପ୍ରଭାବିତ ହୋଇଛନ୍ତି। ଗତକାଲି ରାତିରୁ ବୈତରଣୀର ଜଳସ୍ତର ଧୀରେ ଧୀରେ କମିଥିବା ବେଳେ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଉଭୟ ନଦୀ ଯୋଗୁ ଜିଲ୍ଲାର ୧୨ଟି ସ୍ଥାନରେ ଘାଇ ସୃଷ୍ଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଯାଜପୁର ବ୍ଲକ ପଣସା ପଞ୍ଚାୟତରେ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡ୍ରାଫ୍‌, ଏନ୍‌ଡିଆରଏଏଫ୍‌ ଓ ଦମକଳ ବାହିନୀ ଉପସ୍ଥିତ ରହି ବନ୍ୟାର ମୁକାବିଲା କରୁଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିସ୍ଥିତି ନେଇ ଘନ ଘନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇଛି।

Sonalisa

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

10 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

10 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

14 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

37 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

45 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

51 mins ago