ଯାଜପୁର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀର ବନ୍ଯାଜଳରେ ତାସ୍‌ ଭଳି ଭୁଶୁଡି ଭାସିଗଲା ଦୁଇ ମହଲା ଘର

ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ୍। ଜିଲ୍ଲାର ୧୦ଟି ବ୍ଲକ ପ୍ରଭାବିତ ହୋଇଛନ୍ତି। ତା ମଧ୍ୟରୁ ଯାଜପୁର ରସୁଲପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ବ୍ଲକର ବନ୍ଧଢିହଠାରେ ବ୍ରାହ୍ମଣୀ ନଦୀରେ ଭାସିଗଲା ଦୁଇ ମହଲା ଘର । ତାସ୍‌ ଭଳି ଘରଟି ଭୁଶୁଡି ପଡି ନଦୀ ଗର୍ଭରେ ମିଶିଯାଇଥିଲା। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି।

water levelsବୈତରଣୀ ବନ୍ୟା ପରେ ଏବେ ଫୁଲୁଛି ବ୍ରାହ୍ମଣୀ, ଜଳକ ଓ ବୁଢାବଳଙ୍ଗ। ଯାଜପୁର ଜିଲ୍ଲାର ୧୦ଟି ବ୍ଲକର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଯାଜପୁର ବିଂଝାରପୁର, ଦଶରଥପୁର, ବରୀ, ରସୁଲପୁର , କୋରେଇ , ଧର୍ମଶାଳା , ବଡଚଣା ବ୍ଲକ ଗୁଡିକ ଅଧିକ ପ୍ରଭାବିତ ହୋଇଛନ୍ତି। ଗତକାଲି ରାତିରୁ ବୈତରଣୀର ଜଳସ୍ତର ଧୀରେ ଧୀରେ କମିଥିବା ବେଳେ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

baitaraniଉଭୟ ନଦୀ ଯୋଗୁ ଜିଲ୍ଲାର ୧୨ଟି ସ୍ଥାନରେ ଘାଇ ସୃଷ୍ଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଯାଜପୁର ବ୍ଲକ ପଣସା ପଞ୍ଚାୟତରେ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡ୍ରାଫ୍‌, ଏନ୍‌ଡିଆରଏଏଫ୍‌ ଓ ଦମକଳ ବାହିନୀ ଉପସ୍ଥିତ ରହି ବନ୍ୟାର ମୁକାବିଲା କରୁଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିସ୍ଥିତି ନେଇ ଘନ ଘନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.