LG ଲଞ୍ଚ କଲା ବ୍ୟାଟେରୀ ଚାଳିତ ଏୟାର ପ୍ୟୁରିଫାୟାର ମାସ୍କ, ମିଳିବ ଡୁଆଲ ଫ୍ୟାନର ସପୋର୍ଟ

ଇଲେକ୍ଟ୍ରନିକ କମ୍ପାନୀLG ଏୟାର ପୁ୍ୟୁରିଫାୟାର ମାସ୍କ ଲଞ୍ଚ କରିଛି। ଯାହାର ନାମ ରହିଛିLG PuriCare। ଏହା ଦୁନିଆର ପ୍ରଥମ ମାସ୍କ, ଯାହା ଏୟାର ପ୍ୟୁରିଫାୟାର ଫିଲ୍ଟର କରିଥାଏ। LG PuriCare ଜରିଆରେ ଲୋକଙ୍କୁ ସତେଜ ଏବଂ ଶୁଦ୍ଧ ବାୟୁ ମିଳିବ। ଏଥିରେ ଡୁଆର ଫ୍ୟାନ ଏବଂ ରେସପିରେଟ୍ରି ସେନସର ମଧ୍ୟ ଦିଆଯାଇଛି।

ସଠିକ୍‌ ଫିଟିଂ ପାଇଁ ଏହାର ଡିଜାଇନକୁ ଏରଗୋନାମିକ ଭାବେ ପ୍ରସ୍ତୁତ କରାଯାଇଛି। ଏଥିରେ ଏୟାର ପ୍ୟୁରିଫାୟାର ପାଇଁ ଦୁଇଟି H13 HEPA ଫିଲ୍ଟର ବ୍ୟବହାର କରାଯାଇଛି। ଏହାଛଡା ଶୁଦ୍ଧ ବାୟୁ ପାଇଁ ଡୁଆର ଫ୍ୟାନ ମଧ୍ୟ ଦିଆଯାଇଛି। ଯାହାର ସ୍ପିଡ ପାଇଁ ତିନିଟି ଲେବୁଲ ମଧ୍ୟ ଦିଆଯାଇଛି। ଏଥିରେ ଥିବା ରେସପରେଟ୍ରି ସେନସର ନିଶ୍ୱାସ ନେବା ଗତିକୁ ଡିଟେକ୍ଟ କରି ଫ୍ୟାନକୁ ଆଡଜଷ୍ଟ କରିଥାଏ।

lg

ଏହି ମାସ୍କରେ ୮୨୦ ଏମ୍‌ଏଏଚ ବ୍ୟାଟେରୀ ରହିଛି। ଯାହାକୁ ନେଇ ଲୋ ମୋଡରେ ଆଠ ଘଣ୍ଟା ପର୍ଯ୍ୟନ୍ତ ବ୍ୟାକ୍‌ଅପ୍‌ ଏବଂ ହାଇମୋଡରେ ଦୁଇ ଘଣ୍ଟାରେ ବ୍ୟାକଅପ୍‌ ରହିଛି ବୋଲି କମ୍ପାନୀ ଦାବି କରିଛି। ଅଲଟ୍ରା ଭାଓଲେଣ୍ଟ କେସ ସହିତ ଏହି ମାସ୍କ ଭାଇରସକୁ ମୁକ୍ତ କରିଥାଏ। ଏହି ମାସ୍କକୁ ଏକ ଆପ୍‌ ସହିତ କନେକ୍ଟ କରିବାକୁ ହେବ। ମଇଳା ହେଲେ ବଦଳାଇବା କିମ୍ବା ସଫା ପାଇଁ ୟୁଜରଙ୍କୁ ମୋବାଇଲ ଜରିଆରେ ନୋଟିଫିକେସ ଆସିବ। ଏହି ମାସ୍କର ଇଅର ଷ୍ଟ୍ରାପକୁ ବଦଳାଯାଇପାରିବ ଏବଂ ରିସାଇକେଲ ମଧ୍ୟ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.