ଧାର୍ଯ୍ୟ ସମୟରେ ହେବ ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧାର୍ଯ୍ୟ ସମୟରେ ହେବ ୟୁଜି ଓ ପିଜି ଶେଷ ବର୍ଷ ପରୀକ୍ଷା। ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ। ଜଷ୍ଟିସ ଅଶୋକ ଭୂଷଣ, ଆର ସୁବାସ ରେଡ୍ଡୀ ଓ ଏମଆର ସାହାଙ୍କୁ ନେଇ ତିନିଜଣିଆ ଖଣ୍ଡପୀଠ ୟୁଜି-ପିଜି ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ତେବେ ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ସଂପର୍କରେ ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ନିଷ୍ପତ୍ତି ନିଆଯିବ। ଏଥିପାଇଁ ସଂପୃକ୍ତ ରାଜ୍ୟ ୟୁଜିସିକୁ ଆବେଦନ କରିବେ। ୟୁଜିସିର ବିନାଅନୁମୋଦନରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ।

ବିଭିନ୍ନ ବିଶ୍ୱବିଦ୍ୟାଳୟ ସେପ୍ଟେମ୍ବର ୩୦ ସୁଦ୍ଧା ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ସାରିବା ପାଇଁ ୟୁଜିସି ପକ୍ଷରୁ ଗତ ଜୁଲାଇ ୬ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ୟୁଜି ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ନେଇ ୟୁଜିସି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ କରାଯାଇଥିଲା।

ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ସୁଭାଷ ରେଡ୍ଡୀ ଓ ଜଷ୍ଟିସ୍‌ ଏମ୍‌. ଆର୍‌ ଶାହାଙ୍କ ଖଣ୍ଡୀପୀଠ ଏହି ମାମଲାର ଶୁଣାଣି କରିଥିଲେ। ଅଗଷ୍ଟ ୧୮ରେ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। କରୋନା ମହାମାରୀ ପାଇଁ ପରୀକ୍ଷାକୁ ବିରୋଧ କରି ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସୁପ୍ରିମକୋର୍ଟ ଯାଇଥିଲେ । ଶେଷ ସେମିଷ୍ଟାର ପରୀକ୍ଷା ବାତିଲ ପାଇଁ ସେମାନେ ଆବେଦନରେ ଦର୍ଶାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.