ନିଜ ଜୀବନକୁ ଖାତିର ନକରି ବୁଡିଯାଉଥିବା ଝିଣ୍ଟିକାକୁ ଏମିତି ବଞ୍ଚାଇଲା କୁକୁର, ଦେଖନ୍ତୁ ଭିଡିଓ

ମଣିଷ ହେଉଛି ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟି। ବିଶ୍ୱକୁ ସୃଷ୍ଟି କରିବା ଭଗବାନ ମଣିଷକୁ ହିଁ ସବୁଠାରୁ ଅଧିକ ବୁଦ୍ଧି ଏବଂ ବିବେକ ଦେଇଥାନ୍ତି। କିନ୍ତୁ ଏହି ମଣିଷ ବେଳେ ବେଳେ ନିଜର ବୁଦ୍ଧି ଓ ବିବେକ ହରାଇବସିଥାଏ। ଏହାର ଅନେକ ଉଦାହରଣ ଆପଣ ପୂର୍ବରୁ ନିଶ୍ଚିତ ଦେଖିଥିବେ। କିନ୍ତୁ ଏହି ମଣିଷକୁ ବେଳେ ବେଳେ କଥା କହିପାରୁଥିବା ଜୀବ ଶିକ୍ଷଣୀୟ ଉଦାହରଣ ଦେଇଥାଏ। ବିନା କୌଣସି ସର୍ତ୍ତ କିମ୍ବା କିଛି ବୁଝି ବିଚାରି ପାରୁନଥିବା ଜୀବଟି ଅନ୍ୟର ସାହାଯ୍ୟ ପାଇଁ ଦୌଡି ଆସିଥାଏ। ନିଜ ଜୀବନକୁ ଖାତିରି ନ କରି ବିପଦରେ ପଡିଥିବା ଅନ୍ୟ ଜୀବର ଜୀବନ ବଞ୍ଚାଇବାକୁ ଦୌଡି ଆସେ। ଯାହା ବାସ୍ତବରେ ଶିକ୍ଷଣୀୟ କଥା।

ଏମିତି ଏକ ଭିଡିଓ ନିକଟରେ ଭାଇରଲ ହୋଇଛି, ଯେଉଁଥିରେ କୁକୁରଟି ନିଶ୍ୱାସପର ଭାବେ ବୁଡିଯାଉଥିବା ଝିଣ୍ଟିକାକୁ ବଞ୍ଚାଇଛି। ୬ ସେକେଣ୍ଡର ଏହି ଭିଡିଓରେ କୁକୁରଟି ସୁଇମିଂ ପୁଲ ପାଖରେ ବୁଲୁଥିବା ବେଳେ ହଠାତ୍‌ ଦେଖିବାକୁ ପାଇଥିଲା କି, ପାଣିରେ ଝିଣ୍ଟିକାଟି ବୁଡିଯାଉଛି। ନିଜକୁ ବଞ୍ଚାଇବା ପାଇଁ ଝିଣ୍ଟିକା ଅନେକ ଚେଷ୍ଟା କରୁଥିଲା, କିନ୍ତୁ ପାଣିନଥିଲା। କୁକୁର ଏହା ଦେଖିବା ପରେ କିଛି ନ ଭାବି ଝିଣ୍ଟିକାକୁ ପାଟିରେ ଧରି ଉପରକୁ କାଢି ଆଣିଥିଲା।

ଏହି ଭିଡିଓକୁ ‘Earth Beauty’ ଟ୍ଵିଟର ଆକାଉଣ୍ଟରେ ପକାଯାଇଛି। ଏହାକୁ ୨୦ ହଜାରରୁ ଉର୍ଦ୍ଧ୍ୱ ଥର ଦେଖାଯାଇସାରିଲାଣି। ଯାହାକୁ ଅନେକ ଲୋକ ପ୍ରଶଂସା କରିବା ସହିତ କମେଣ୍ଟ ମଧ୍ୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.