ପିତୃ ପକ୍ଷରେ ଶ୍ରାଦ୍ଧ କରିବା ଦ୍ବାରା ମିଳିଥାଏ ପୂର୍ବ-ପୁରୁଷଙ୍କ ଆଶୀର୍ବାଦ, ଦୂର ହୁଏ ଅନେକ ସମସ୍ଯା

ପିତୃ ପକ୍ଷରେ ଶ୍ରାଦ୍ଧ କର୍ମ କରାଯାଇଥାଏ। ହିନ୍ଦୁ ଧର୍ମରେ ଗର୍ଭଧାରଣ ଠାରୁ ଆରମ୍ଭ କରି ମ୍ତ୍ଯୁ ପର୍ଯ୍ଯନ୍ତ ଅନେକ ପ୍ରକାର ସଂସ୍କାର ବର୍ଣ୍ଣନା କରାଯାଇଛି। ସେହିଭଳି ଅନ୍ତେଷ୍ଟିକୁ ଅନ୍ତିମ ସଂସ୍କାର କୁହାଯାଇଥାଏ। କିନ୍ତୁ ଅନ୍ତେଷ୍ଟି ପରେ ମଧ୍ଯ ଏପରି କିଛି କର୍ମ ରହିଯାଇଥାଏ, ଯାହାକୁ ମୃତକଙ୍କ ସନ୍ତାନଙ୍କୁ କରିବାକୁ ପଡିଥାଏ। ଏହି କର୍ମ ମଧ୍ଯରୁ ଶ୍ରାଦ୍ଧ କର୍ମ ଏକ।

ଭାଦ୍ରପଦ ମାସର ପୂର୍ଣ୍ଣିମା ତିଥିରୁ ଆରମ୍ଭ କରି ଆଶ୍ବିନ ମାସର ଅମାବାସ୍ଯା ତିଥି ପର୍ଯ୍ଯନ୍ତ ୧୫ ଦିନ ପର୍ଯ୍ଯନ୍ତ ଶ୍ରାଦ୍ଧ କର୍ମର ବିଧାନ ରହିଥାଏ। ପୂର୍ବ ପୁରୁଷଙ୍କ ପ୍ରତି ଭକ୍ତି ପ୍ରକଟ କରିବା ପର୍ବକୁ ହିଁ ଶ୍ରାଦ୍ଧ କୁହାଯାଇଥାଏ।

sradha1ହିନ୍ଦୁ ଧର୍ମରେ ପିତୃ ପକ୍ଷର ମହତ୍ତ୍ବ

ହିନ୍ଦୁ ଧର୍ମରେ ଦେବତାଙ୍କ ପୂଜାରେ ପୂର୍ବ ପୁରୁଷଙ୍କୁ ସ୍ମରଣ କରାଯାଇ ଆବାହନ କରିବାର ପରମ୍ପରା ରହିଛି। ପୌରାଣିକ ଗ୍ରନ୍ଥରେ ମଧ୍ଯ ଦେବ ପୂଜାରୁ ପୂର୍ବ ପୁରୁଷଙ୍କୁ ସ୍ମରଣ କରିବା କଥା ଉଲ୍ଲେଖ କରାଯାଇଛି। ମାନ୍ଯତା ଅନୁଯାୟୀ ପିତୃ ପୁରୁଷ ପ୍ରସନ୍ନ ହେବା ଦ୍ବାରା ପୂଜାରେ ପୂର୍ଣ୍ଣ ଫଳ ପ୍ରାପ୍ତି ହୋଇଥାଏ ଓ ଦେବ ପୂଜା ସଫଳ ହୋଇଥାଏ।

ଶ୍ରାଦ୍ଧ କରିବା ଦ୍ବାରା ପିତୃ-ପୁରୁଷଙ୍କୁ ମୁକ୍ତି ମିଳିଥାଏ

ମାନ୍ଯତା ଅନୁଯାୟୀ ପୂର୍ବ-ପୁରୁଷଙ୍କୁ ବିଧି ପୂର୍ବକ ତର୍ପଣ କିମ୍ବା ଶ୍ରାଦ୍ଧ କରିବା ଦ୍ବାରା ପୂର୍ବ-ପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ। ଶ୍ରାଦ୍ଧ କରିବା ପରେ ହିଁ ପିତୃ-ପୁରୁଷଙ୍କୁ ମୁକ୍ତି ମିଳିଥାଏ।

sgradha2ପିତୃ ଦୋଷରୁ ମିଳିଥାଏ ମୁକ୍ତି

ଜ୍ଯୋତିଷ ଶାସ୍ତ୍ରରେ ଯେଉଁ ଅଶୁଭ ଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି ସେଥିମଧ୍ଯରୁ ଗୋଟିଏ ହେଉଛି ପିତ୍ ଦୋଷ। ଯେଉଁ ବ୍ଯକ୍ତିଙ୍କ ଜନ୍ମ ଜାତକରେ ପିତୃ ଦୋଷ ରହିଥାଏ ସେହି ବ୍ଯକ୍ତିଙ୍କ ଜୀବନରେ ଅନେକ ଶଙ୍କଟ ଦେଖାଯାଇଥାଏ। ଧନ ହାନି, ରୋଗ, କଳହ ଏବଂ ଚିନ୍ତା ଦ୍ବାରା ବ୍ଯକ୍ତି ଅନେକ ସମସ୍ଯାରେ ଚିନ୍ତିତ ହୋଇପଡେ। ଏଥିସହ ମାନ-ସମ୍ମାନରେ ମଧ୍ଯ ଅଭାବ ଦେଖାଯାଇଥାଏ। ଏହିକାରଣରୁ ପିତୃ ପୂଜାକୁ ମହତ୍ତ୍ବ ବୋଲି କୁହାଯାଇଛି।

କେବେଠାରୁ ଆରମ୍ଭ ହେବ ପିତୃ ପକ୍ଷ:

ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ପିତୃ ପକ୍ଷ ଆରମ୍ଭ ହେବ। ଶାସ୍ତ୍ର ଅନୁଯାୟୀ ଏହି ଦିନ ହେଉଥିବା ଶ୍ରାଦ୍ଧକୁ ପୂର୍ଣ୍ଣିମା ଶ୍ରାଦ୍ଧ କୁହାଯାଇଥାଏ। ସେହପରି ଶେଷ ଶ୍ରାଦ୍ଧ ଅର୍ଥାତ ଅମବାସ୍ଯା ଶ୍ରାଦ୍ଧ ୧୭ ସେପ୍ଟେମ୍ବରରେ ପାଳିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.