ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଆଜି ପପୁ, ବିକାଶ ଓ ଦୀପକଙ୍କର ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ୩ ଜଣଙ୍କର ଲାଏ ଡିଟେକ୍ସନ ଟେଷ୍ଟ। ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ହାଜର ହୋଇଛନ୍ତି ପପୁ, ବିକାଶ ଓ ଦୀପକ। ଆଶ୍ରମର ଆର୍ଥିକ କାରବାର, ଆଦିତ୍ୟଙ୍କ ସହ ସମ୍ପର୍କ, ଘଟଣା ଦିନ କିଏ କେଉଁଠି ଥିଲେ । ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜାଯିବ ।

ଗତକାଲି ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟ ଧରି ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। କଥାରେ ତାଳମେଳ ନଥିବାରୁ କ୍ରାଇମବ୍ରାଞ୍ଚ ଟେଷ୍ଟ କରିଛି। ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ୪ ଜଣଙ୍କ ଲାଏ ଡିଟେକ୍‌ଟସନ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଥିଲା ଫରେନ୍‌ସିକ ଲାବ ।

ଜୁଲାଇ ୭ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟ ରେଳ ଧାରଣାରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପ୍ରଥମେ ଏହାର ତଦନ୍ତ ଜିଆରପି କରୁଥିଲା । ପରେ ଏହି ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ହେଲେ ଏଯାଏ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.