ରାଜ୍ୟ

ହାଇଜାକ୍‌ ଭଳି ସ୍ଥିତି ଆସିଲେ ସୁରକ୍ଷା ବ୍ୟବସ୍ଥା କେତେ ପ୍ରସ୍ତୁତ ? ଭୁବନେଶ୍ୱର ବିମାନବନ୍ଦରରେ ହେଲା ଆଣ୍ଟି ହାଇଜାକ୍‌ ମକ୍‌ ଏକ୍ସରସାଇଜ୍‌

ଭୁବନେଶ୍ବର(କେନ୍ୟୁଜ୍):  ବିମାନ ହାଇଜାକ୍‌ ହେଲେ କଣ କରିବେ। ଯାତ୍ରୀମାନଙ୍କୁ କିପରି ସୁରକ୍ଷିତ ରଖାଯିବ। ଅପହରଣକାରୀଙ୍କୁ କିପରି କାବୁ କରାଯିବ। ଏ ସବୁ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରେ ଅନୁଷ୍ଠିତ ହୋଇଛି ମକ୍‌ ଡ୍ରିଲ୍‌।

ଏୟାରପୋର୍ଟରେ ହାଇଜାକ୍‌ ଭଳି ସ୍ଥିତି ଆସିଲେ ସୁରକ୍ଷା ବ୍ୟବସ୍ଥା କେତେ ପ୍ରସ୍ତୁତ, ଏହା ଜାଣିବାକୁ ପ୍ରତିବର୍ଷ ବିଭିନ୍ନ ଏୟାର ପୋର୍ଟରେ, ଆଣ୍ଟି ହାଇଜାକିଂ ମକ୍‌ ଏକ୍‌ସରସାଇଜ ଅନୁଷ୍ଠିତ ହୁଏ। ୨୦୨୩ ପାଇଁ ଏହି ଅଭ୍ୟାସ ଭୁବନେଶ୍ୱର ବିମାନ ବନ୍ଦରରେ ଗତକାଲି ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ଦାୟିତ୍ୱରେ ଥିବା ବିଭିନ୍ନ ଫୋର୍ସ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଅଭ୍ୟାସରେ ଭାଗ ନେଇଥିଲେ।

ଯାତ୍ରୀଙ୍କୁ ନେଉଥିବା ବସ୍‌ରୁ କିପରି ହାଇଜାକରଙ୍କୁ ଧରାଯାଉଛି ଏବଂ ଯାତ୍ରୀଙ୍କୁ କିପରି ସୁରକ୍ଷା ଦିଆଯାଉଛି, ତାର ଅଭ୍ୟାସ କରାଯାଇଥିଲା। ଏହାସହ କିଭିଳି ଅପହରଣକାରୀଙ୍କ ମୁକାବିଲା କରାଯିବ, ସେ ନେଇ ବରିଷ୍ଠ ଅଧିକାରୀମାନେ ସୁରକ୍ଷା କର୍ମୀଙ୍କୁ ଅବଗତ କରାଇଥିଲେ। କେଉଁ ପୋଜିସନରୁ ହାଇଜକାରଙ୍କୁ ଘେରି ହେବ ସେ ନେଇ ଅଭ୍ୟାସ କରାଯାଇଥିଲା।

 

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

3 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

6 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

6 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

6 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

7 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

7 hours ago