ହାଇଜାକ୍‌ ଭଳି ସ୍ଥିତି ଆସିଲେ ସୁରକ୍ଷା ବ୍ୟବସ୍ଥା କେତେ ପ୍ରସ୍ତୁତ ? ଭୁବନେଶ୍ୱର ବିମାନବନ୍ଦରରେ ହେଲା ଆଣ୍ଟି ହାଇଜାକ୍‌ ମକ୍‌ ଏକ୍ସରସାଇଜ୍‌

ଏୟାରପୋର୍ଟରେ ହାଇଜାକ୍‌ ଭଳି ସ୍ଥିତି ଆସିଲେ ସୁରକ୍ଷା ବ୍ୟବସ୍ଥା କେତେ ପ୍ରସ୍ତୁତ, ଏହା ଜାଣିବାକୁ ପ୍ରତିବର୍ଷ ବିଭିନ୍ନ ଏୟାର ପୋର୍ଟରେ, ଆଣ୍ଟି ହାଇଜାକିଂ ମକ୍‌ ଏକ୍‌ସରସାଇଜ ଅନୁଷ୍ଠିତ ହୁଏ। ୨୦୨୩ ପାଇଁ ଏହି ଅଭ୍ୟାସ ଭୁବନେଶ୍ୱର ବିମାନ ବନ୍ଦରରେ ଗତକାଲି ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ବର(କେନ୍ୟୁଜ୍):  ବିମାନ ହାଇଜାକ୍‌ ହେଲେ କଣ କରିବେ। ଯାତ୍ରୀମାନଙ୍କୁ କିପରି ସୁରକ୍ଷିତ ରଖାଯିବ। ଅପହରଣକାରୀଙ୍କୁ କିପରି କାବୁ କରାଯିବ। ଏ ସବୁ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରେ ଅନୁଷ୍ଠିତ ହୋଇଛି ମକ୍‌ ଡ୍ରିଲ୍‌।

ଏୟାରପୋର୍ଟରେ ହାଇଜାକ୍‌ ଭଳି ସ୍ଥିତି ଆସିଲେ ସୁରକ୍ଷା ବ୍ୟବସ୍ଥା କେତେ ପ୍ରସ୍ତୁତ, ଏହା ଜାଣିବାକୁ ପ୍ରତିବର୍ଷ ବିଭିନ୍ନ ଏୟାର ପୋର୍ଟରେ, ଆଣ୍ଟି ହାଇଜାକିଂ ମକ୍‌ ଏକ୍‌ସରସାଇଜ ଅନୁଷ୍ଠିତ ହୁଏ। ୨୦୨୩ ପାଇଁ ଏହି ଅଭ୍ୟାସ ଭୁବନେଶ୍ୱର ବିମାନ ବନ୍ଦରରେ ଗତକାଲି ଅନୁଷ୍ଠିତ ହୋଇଥିଲା। ସୁରକ୍ଷା ଦାୟିତ୍ୱରେ ଥିବା ବିଭିନ୍ନ ଫୋର୍ସ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଅଭ୍ୟାସରେ ଭାଗ ନେଇଥିଲେ।

ଯାତ୍ରୀଙ୍କୁ ନେଉଥିବା ବସ୍‌ରୁ କିପରି ହାଇଜାକରଙ୍କୁ ଧରାଯାଉଛି ଏବଂ ଯାତ୍ରୀଙ୍କୁ କିପରି ସୁରକ୍ଷା ଦିଆଯାଉଛି, ତାର ଅଭ୍ୟାସ କରାଯାଇଥିଲା। ଏହାସହ କିଭିଳି ଅପହରଣକାରୀଙ୍କ ମୁକାବିଲା କରାଯିବ, ସେ ନେଇ ବରିଷ୍ଠ ଅଧିକାରୀମାନେ ସୁରକ୍ଷା କର୍ମୀଙ୍କୁ ଅବଗତ କରାଇଥିଲେ। କେଉଁ ପୋଜିସନରୁ ହାଇଜକାରଙ୍କୁ ଘେରି ହେବ ସେ ନେଇ ଅଭ୍ୟାସ କରାଯାଇଥିଲା।