ଖୁବଶୀଘ୍ର ଲଞ୍ଚ୍‌ ହେବାକୁ ଯାଉଛି ଏହି ଲାପଟପ୍‌, ଜାଣନ୍ତୁ କଣ ରହିଛି ପ୍ରାଇସ୍‌ ଓ ଫିଚର୍ସ

ଯଦି ଆପଣ ନୂଆ ଲାପଟପ୍‌ କିଣିବାକୁ ଚାହୁଁଛନ୍ତି ଏବଂ ବଜେଟ କମ୍‌ ଅଛି ତାହେଲେ ଆପଣ ଆଦୌ ହୁଅନ୍ତୁନି ଟେନସନ୍‌ । କାହିଁକିନା ଭାରତର ସବୁଠାରୁ ଶସ୍ତା ଲାପଟପ୍‌ ଲଞ୍ଚ୍‌ ହୋଇସାରିଛି । ଆଉ ସବୁଠାରୁ ଖାସ୍‌ କଥା ହେଉଛି ଏହାକୁ ଆପଣ ବହୁତ ଜଲଦି ନିଜର କରିବାକୁ ଯାଉଛନ୍ତି, କାହିଁକିନା ବହୁତ ଜଲଦି ଏହା ଉପଲବ୍ଧ ହେବାକୁ ଯାଉଛି ।

ଯଦି ଆପଣ ନୂଆ ଲାପଟପ୍‌ କିଣିବାକୁ ଚାହୁଁଛନ୍ତି ଏବଂ ବଜେଟ କମ୍‌ ଅଛି ତାହେଲେ ଆପଣ ଆଦୌ ହୁଅନ୍ତୁନି ଟେନସନ୍‌ । କାହିଁକିନା ଭାରତର ସବୁଠାରୁ ଶସ୍ତା ଲାପଟପ୍‌ ଲଞ୍ଚ୍‌ ହୋଇସାରିଛି । ଆଉ ସବୁଠାରୁ ଖାସ୍‌ କଥା ହେଉଛି ଏହାକୁ ଆପଣ ବହୁତ ଜଲଦି ନିଜର କରିବାକୁ ଯାଉଛନ୍ତି, କାହିଁକିନା ବହୁତ ଜଲଦି ଏହା ଉପଲବ୍ଧ ହେବାକୁ ଯାଉଛି ।

୨୦ ହଜାରରୁ କମ୍‌ ବଜେଟରେ ଆସିଗଲା ଦମଦାର୍‌ ଲାପଟପ୍‌ । ଷ୍ଟୁଡେଣ୍ଟସ ହୁଅନ୍ତୁ ଅବା ଏଜୁକେସନାଲ ପର୍ପସ ପାଇଁ ପ୍ରାଇମବୁକ୍‌ ୪ଜି ଲାପଟପ୍‌ ଭାରତରେ ୧୧ ମାର୍ଚ୍ଚରେ ଲଞ୍ଚ୍‌ ହେବ ବୋଲି ଜଣାପଡିଛି । ପ୍ରାଇମବୁକ୍‌ ୪ଜି ଏକ ଆଣ୍ଡ୍ରଏଡ୍‌ ଲାପଟପ ଯାହାକୁ ଲୋକପ୍ରିୟ ରିୟାଲିଟି ଶୋ ସାର୍କ ଟ୍ୟାଙ୍କ୍‌ ଇଣ୍ଡିଆରେ ପ୍ରଦର୍ଶିତ କରାଯାଇଥିଲା । ଯେଉଁଠି ଲେନ୍ସକାର୍ଟ ସିଇଓ ପିୟୁଷ ବଂସଲ ଏବଂ ବୋଟ କୋ-ଫାଉଣ୍ଡର ଅମନ ଗୁପ୍ତାଙ୍କ ଠାରୁ ୭୫ ଲକ୍ଷ ଟଙ୍କାର ନିବେଶ ପ୍ରାପ୍ତ ହୋଇଥିଲା । ଲାପଟପ୍‌ ଏକ୍ସକ୍ଲୁସିଭ ଭାବେ ଫ୍ଲିପକାର୍ଟରେ ଲଞ୍ଚ୍‌ ହେବ । ଏହାକୁ ଖାସ୍‌ କରି ଛାତ୍ରଛାତ୍ରୀଙ୍କ ପାଇଁ ଡିଜାଇନ୍‌ କରାଯାଇଛି । ତାହେଲେ ଆସନ୍ତୁ ଜାଣିବା ପ୍ରାଇମବୁକ୍‌ ୪ଜି ଦାମ୍‌ ଏବଂ ଫିଚର୍ସ ବିଷୟରେ ।

ପ୍ରାଇମବୁକ୍‌ ୪ଜି ଦାମ୍‌ ୧୬,୯୯୦ ଟଙ୍କା ଥିଲା । ଯଦିଓ ଇଣ୍ଟ୍ରୋଡକ୍ଟରୀ ଭାବରେ ୟୁଜର୍ସ ଏହି ଡିଭାଇସକୁ ଫ୍ଲିପକାର୍ଟରେ ୧୪,୯୯୦ ଟଙ୍କାରେ କିଣିପାରିବେ । ଅର୍ଥାତ୍‌ ୧୫ ହଜାର ଭିତରେ ଆପଣଙ୍କୁ ଏହି ଲାପଟମ୍‌ ମିଳିଯିବ ।

କମ୍ପାନୀ ଦାବି କରିଛି ଯେ ଏହା ବହୁତ ହାଲୁକା ଏବଂ କେଉଁଠିକୁ ବି ସହଜରେ କ୍ୟାରୀ କରିପାରିବେ । ପରୀକ୍ଷା ପାଇଁ ପ୍ରସ୍ତୁତି ଏବଂ ପାଠ ପଢ଼ାପଢ଼ି କରିବା ପାଇଁ ଏହି ଲାପଟପକୁ ପ୍ରସ୍ତୁତ କରାଯାଇଛି । ଫ୍ଲିପକାର୍ଟରେ ଏହାକୁ ୨୪ ମାସ ପର୍ଯ୍ୟନ୍ତ ନୋ କଷ୍ଟ୍‍ ଇଏମଆଇରେ ମଧ୍ୟ କିଣିପାରିବେ ।

ପ୍ରାଇମବୁକ୍‌ ୪ଜି ଓ୍ଵାୟରଲେସ ସିମ୍‌ କାର୍ଡ ସହିତ ଆସିଥାଏ । ଅର୍ଥାତ ଏହାକୁ ସହଜରେ ଇଣ୍ଟରନେଟରୁ କନେକ୍ଟ କରାଯାଇପାରିବ । ଏହା ପ୍ରାଇମଓଏସରେ ଚାଲିଥାଏ । ଯାହା ଆଣ୍ଡ୍ରଏଡ୍‌ ୧୧ରେ ଆଧାରିତ ବ୍ରାଣ୍ଡର ନିଜର ଅପରେଟିଙ୍ଗ ସିଷ୍ଟମ । ଏଥିରେ ୨୦୦ ରୁ ଅଧିକ ଏଜୁକେସନାଲ ଆପ୍ସ ରହିଛି । ଏଥିରେ ୧୦ ହଜାରରୁ ଅଧିକ ଆଣ୍ଡ୍ରଏଜ୍‌ ଆପ୍ସ ମିଳିଥାଏ । ଏଥିରେ ଗୋଟେ ଥରରେ ଅନେକ ଓ୍ଵିଣ୍ଡୋଜକୁ ଓପନ କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.