ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ଦୁଇ ସରକାରୀ ବାବୁ
ଖଣି ବିଭାଗ ଡିଜିଏମ୍ ଉମେଶ ଚନ୍ଦ୍ର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉମେଶ ଚନ୍ଦ୍ର ଆୟଠାରୁ ୩୬୮ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି । ଖୋର୍ଦ୍ଧା ଓ କେନ୍ଦୁଝରର ୧୩ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

କେନ୍ୟୁଜ୍(ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ଦୁଇ ସରକାରୀ ବାବୁ । ଖଣି ବିଭାଗ ଡିଜିଏମ୍ ଉମେଶ ଚନ୍ଦ୍ର ଜେନାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉମେଶ ଚନ୍ଦ୍ର ଆୟଠାରୁ ୩୬୮ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି । ଖୋର୍ଦ୍ଧା ଓ କେନ୍ଦୁଝରର ୧୩ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଘରୁ ୧ କୋଟି ୬୪ ଲକ୍ଷ ଟଙ୍କାର କ୍ୟାସ୍ ମିଳିଥିବା ବେଳେ ଜବତ ହୋଇଥିଲା ୬୫୦ ଗ୍ରାମ୍ ସୁନା ଗହଣା ।
ଏପଟେ ଭବାନୀପାଟଣା KBK କ୍ଷୁଦ୍ର ଜଳସେଚନ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କୁ ବାନ୍ଧିଛି ଭିଜିଲାନ୍ସ । କନ୍ଦର୍ପ ପ୍ରଧାନଙ୍କ ଆୟଠାରୁ ୭୫ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଛି । ଗତକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ହୋଇଥିଲା ଚଢ଼ାଉ । ଅନୁଗୋଳ ତୁରଙ୍ଗରେ କନ୍ଦର୍ପ ପ୍ରଧାନଙ୍କର ରହିଛି ଗୋଟିଏ ଦୁଇ ମହଲା ନିର୍ମାଣଧୀନ କୋଠା । ଅନୁଗୋଳ ଓ ଆଖପାଖ ଅଞ୍ଚଳରେ ୫ଟି ପ୍ଲଟ୍ ଅଛି । କନ୍ଦର୍ପଙ୍କ ୨ଟି କାର ଓ ୧୫ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରିଥିଲା ଭିଜିଲାନ୍ସ ।