ରାଜ୍ୟ

କରଞ୍ଜିଆ ଘରମାବେଡାରେ ହାତୀପଲଙ୍କୁ ଦେଖିବାକୁ ଜମିଲା ହଜାର ହଜାର ଲୋକଙ୍କ ଭିଡ, ଜୀବନକୁ ବାଜି ଲଗାଇ ନେଲେ ସେଲ୍ଫି

କରଞ୍ଜିଆ: ଓଡ଼ିଶାରେ ସବୁଠାରୁ ଅଧିକ ହାତୀ ଉପଦ୍ରବ କରୁଥିବା ଅଂଚଳ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଘରମାବେଡା। ଏହି ଅଞ୍ଚଳକୁ ପୁଣି ଫେରିଛନ୍ତି ୨୨ଟିକିଆ ହାତୀପଲ। ଏହି ହାତୀପଲକୁ ଦେଖିବା ପାଇଁ ରୁଣ୍ଡ ହେଇଛନ୍ତି ହଜାର ହଜାର ଲୋକ । କାହା ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ । କରୋନା କଥା ଛାଡ଼ନ୍ତୁ,  ଜୀବନକୁ ପାଣି ଛଡାଇ ହାତୀପଲଙ୍କ ଅତି ନିକଟରୁ କିଏ ସେଲ୍ଫି ନେଉଛି ତ ଆଉ କିଏ ତାଙ୍କୁ ବିରକ୍ତ କରୁଛି । ଭିଡ଼ ଦେଖି ଅନେକ ଲୋକମାନେ ଏଠି ବିଭିନ୍ନ ପ୍ରକାର ଦୋକାନ ମଧ୍ଯ ଲଗେଇଛନ୍ତି । ଗୋଟିଏ ପଞ୍ଚମ ଶେଣୀର ଛୁଆ ଗୁଟଖା ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା ।

ତେବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ସମୟରେ ଝାଡ଼ଖଣ୍ଡ ଓ କେନ୍ଦୁଝର ଜିଲ୍ଲାରୁ ହାତୀ ଆସିଥାନ୍ତି । ଦୁଇ ଦିନ ତଳେ ପଡୋଶୀ ଜିଲ୍ଲା କେନ୍ଦୁଝର ରୁ ଆସିଛନ୍ତି ୨୨ ଟିକିଆ ହାତୀପଲ । ଦିନ ସମୟରେ ହାତୀପଲ ଜଙ୍ଗଲରେ ରହୁଥିବା ବେକେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସୁଛନ୍ତି। ଏବେ ପ୍ରଚୁର ପରିମାଣରେ ଚାଷ ଜମିରେ ଧାନ ହେଇ ଥିବାରୁ ଧାନ ଖାଉଛନ୍ତି ହାତୀପଲ । ଅନ୍ଯପଟେ ଦିନ କୁ ଦିନ କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଦୁଇ ଦିନ ଭିତରେ ହାତୀପଲ କେବଳ ଚାଷ ଜମିରେ ଫସଲ ଖାଇବା ସହିତ ତାକୁ ନଷ୍ଟ କରିଛନ୍ତି । ଏବେ ଧାନ ଫସଲ ପ୍ରଚୁର ପରିମାଣରେ ମିଳୁଥିବାରୁ ଘର ନଷ୍ଟ କରୁନାହାନ୍ତି ।

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago