Below header

କରଞ୍ଜିଆ ଘରମାବେଡାରେ ହାତୀପଲଙ୍କୁ ଦେଖିବାକୁ ଜମିଲା ହଜାର ହଜାର ଲୋକଙ୍କ ଭିଡ, ଜୀବନକୁ ବାଜି ଲଗାଇ ନେଲେ ସେଲ୍ଫି

କରଞ୍ଜିଆ: ଓଡ଼ିଶାରେ ସବୁଠାରୁ ଅଧିକ ହାତୀ ଉପଦ୍ରବ କରୁଥିବା ଅଂଚଳ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ଘରମାବେଡା। ଏହି ଅଞ୍ଚଳକୁ ପୁଣି ଫେରିଛନ୍ତି ୨୨ଟିକିଆ ହାତୀପଲ। ଏହି ହାତୀପଲକୁ ଦେଖିବା ପାଇଁ ରୁଣ୍ଡ ହେଇଛନ୍ତି ହଜାର ହଜାର ଲୋକ । କାହା ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନାହିଁ । କରୋନା କଥା ଛାଡ଼ନ୍ତୁ,  ଜୀବନକୁ ପାଣି ଛଡାଇ ହାତୀପଲଙ୍କ ଅତି ନିକଟରୁ କିଏ ସେଲ୍ଫି ନେଉଛି ତ ଆଉ କିଏ ତାଙ୍କୁ ବିରକ୍ତ କରୁଛି । ଭିଡ଼ ଦେଖି ଅନେକ ଲୋକମାନେ ଏଠି ବିଭିନ୍ନ ପ୍ରକାର ଦୋକାନ ମଧ୍ଯ ଲଗେଇଛନ୍ତି । ଗୋଟିଏ ପଞ୍ଚମ ଶେଣୀର ଛୁଆ ଗୁଟଖା ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା ।

gutkhaତେବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ସମୟରେ ଝାଡ଼ଖଣ୍ଡ ଓ କେନ୍ଦୁଝର ଜିଲ୍ଲାରୁ ହାତୀ ଆସିଥାନ୍ତି । ଦୁଇ ଦିନ ତଳେ ପଡୋଶୀ ଜିଲ୍ଲା କେନ୍ଦୁଝର ରୁ ଆସିଛନ୍ତି ୨୨ ଟିକିଆ ହାତୀପଲ । ଦିନ ସମୟରେ ହାତୀପଲ ଜଙ୍ଗଲରେ ରହୁଥିବା ବେକେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସୁଛନ୍ତି। ଏବେ ପ୍ରଚୁର ପରିମାଣରେ ଚାଷ ଜମିରେ ଧାନ ହେଇ ଥିବାରୁ ଧାନ ଖାଉଛନ୍ତି ହାତୀପଲ । ଅନ୍ଯପଟେ ଦିନ କୁ ଦିନ କରଞ୍ଜିଆ ଉପଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଦୁଇ ଦିନ ଭିତରେ ହାତୀପଲ କେବଳ ଚାଷ ଜମିରେ ଫସଲ ଖାଇବା ସହିତ ତାକୁ ନଷ୍ଟ କରିଛନ୍ତି । ଏବେ ଧାନ ଫସଲ ପ୍ରଚୁର ପରିମାଣରେ ମିଳୁଥିବାରୁ ଘର ନଷ୍ଟ କରୁନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.