ପ୍ରେମିକା ସହିତ ମନ୍ଦିରରେ ବିବାହ କରିବେ ଆଦିତ୍ୟ ନାରାୟଣ, ବିବାହ ତାରିଖ କଲେ ଘୋଷଣା

ବଲିଉଡର ଜଣାଶୁଣା ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ନିଜର ଗାର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରଓ୍ଵାଲଙ୍କ ସହିତ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଯାହା ବିଷୟରେ ସେ ନିକଟରେ ଖୁଲାସା କରିଥିଲେ। କରୋନା ସମୟରେ ଅନେକ ସେଲିବ୍ରିଟି ବିବାହ କରିଛନ୍ତି। ଏବେ ଆଦିତ୍ୟ ନାରାୟଣ ନିଜର ବିବାହ ତାରିଖ ବିଷୟରେ ଖୁଲାସା କରିଛନ୍ତି।

ଆଦିତ୍ୟ ଡିସେମ୍ବର ୧ ତାରିଖରେ ଶ୍ୱେତାଙ୍କୁ ବିବାହ କରିବେ। କରୋନା ସମୟରେ କେବଳ ପରିବାର ଲୋକ ଏବଂ କିଛି ଅନ୍ତରଙ୍ଗ ବନ୍ଧୁଙ୍କୁ ନେଇ ମନ୍ଦିରରେ ବିବାହ କରିବେ ବୋଲି ଖବର ମିଳିଛି। କରୋନା ଯୋଗୁଁ ମହାରାଷ୍ଟ୍ରରେ ବିବାହ ଉତ୍ସବରେ ୫୦ ଜଣରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସବୁକିଛି ଠିକ୍‌ ହୋଇଯିବା ପରେ ଆଦିତ୍ୟ ଏକ ବଡ ରିସପେସନ ପାର୍ଟି ଦେବେ ବୋଲି ଖବର ମିଳିଛି।

aditya narayan

ସୂଚନାଯୋଗ୍ୟ, ବିକ୍ରମ ଭଟ୍ଟଙ୍କ ଫିଲ୍ମ ‘ସାପିତ’ରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ତା’ ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ନିକଟରେ ଆଦିତ୍ୟ ନିଜ ବ୍ୟାଙ୍କ ଆକାଉଣ୍ଟକୁ ନେଇ ଗୁଜବ ଯୋଗୁଁ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଆଦିତ୍ୟ କହିଥିଲେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୮ ହଜାର ଟଙ୍କା ଅଛି ଆଉ ଏବେ ଚଳିବା ପାଇଁ ବାଇକ୍‌ ବିକ୍ରି କରିବେ। କିନ୍ତୁ ଆଦିତ୍ୟ ଏହାକୁ ନେଇ ମଜାରେ ଏମିତି କହିଥିଲେ। ଖବରକୁ ଅତିରଞ୍ଜିତ କରାଯାଇ ପରିବେଷଣ କରାଯାଇଛି ବୋଲି ଆଦିତ୍ୟ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.