ଭୁବନେଶ୍ୱର (କେନ୍ୟୁକ): ଭୁବନେଶ୍ବରରେ ହିଟ୍ ଏଣ୍ଡ ରନ୍ । ଅଧାରେ ରହିଲା ଜଗା ଦର୍ଶନ । ଶ୍ରୀକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଏକାମ୍ର କ୍ଷେତ୍ରରେ ଚାଲିଗଲା ଜୀବନ । ଲିଙ୍ଗରାଜ ମନ୍ଦିର ନିକଟ ବଢେଇ ବାଙ୍କ ଛକରେ ଆଖୁ କିଣିଲା ବେଳେ ପଛ ପଟୁ ପିଟି ଦେଲା କାର । ଉତ୍ତର ଦ୍ଵାର ପାଖରେ କାର୍ ମାଡ଼ି ଯିବାରୁ ଚାଲିଗଲା ଜଣେ ପର୍ଯ୍ୟଟକଙ୍କ ଜୀବନ। ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଥିଲେ ।
ମୃତକ ହେଲେ ବ୍ରହ୍ମପୁର ତୁଳସୀନଗର ତୃତୀୟ ଲେନର ସୁଲୋଚନା ମହାନ୍ତି । ସେ କୁକୁଡାଖଣ୍ଡି ବ୍ଲକ ବାଳକୃଷ୍ଣପୁର ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ସୁଲୋଚନାଙ୍କ ସ୍ବାମୀ ଜୁରିନାଥ ବେବର୍ତ୍ତା । ସେ ଚୁଡଙ୍ଗପୁର ହାଇସ୍କୁଲ୍ ରେ ଶିକ୍ଷକ ଅଛନ୍ତି। ପୟା ଶ୍ରଦ୍ଧା କରିବା ପାଇଁ ଏକାମ୍ର କ୍ଷେତ୍ରକୁ ଆସିଥିଲେ ୮ ଜଣ । ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ଵାର ପାଖରେ କାଉଁରିଆ କାଠି, ଦୀପ, ଧୂପ ବା ପୂଜା ସାମଗ୍ରୀ କିଣୁଥିଲେ। ଏତିକିବେଳେ ହଠାତ ପଛପଟୁ ମାଡ଼ି ଆସିଲା କଳା ରଙ୍ଗର ହୁଣ୍ଡାଇ ଆଇ 10 କାର୍ । ମାମଲା ରୁଜୁ ପରେ ଖୋଳତାଡ କରୁଛି ଲିଙ୍ଗରାଜ ଥାନା ପୋଲିସ । ଗାଡ଼ିଟି ପୁରୁଣା ଭୁବନେଶ୍ୱର ଅଞ୍ଚଳର ଗୌତମ ମିଶ୍ରଙ୍କର। ସେ ଏବେ ଫେରାର୍ ଅଛନ୍ତି . ତାଙ୍କୁ ଧରିବା ପାଇଁ ତନାଘନା ତଦନ୍ତ କରୁଛି ପୋଲିସ । .
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…