ଦେଶ ବିଦେଶ

ଦିଲ୍ଲୀବାସୀଙ୍କ ପାଇଁ ପୁଣି କାଳ ସାଜିଲା ଦୀପାବଳି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର, ବଢିଲା ପ୍ରଦୂଷଣ ମାତ୍ରା

ଦୀପାବଳିରେ ଧୂଆଁ ହୋଇଗଲା ସୁପ୍ରିମକୋର୍ଟଙ୍କ ଆଦେଶ । ଦୀପାବଳି ଅବସରରେ ଗାଜିଆବାଦ ଠାରୁ ଆରମ୍ଭ କରି ଦିଲ୍ଲୀ, ଫରିଦାବାଦ ଏବଂ ଗୁରୁଗ୍ରାମରେ ଜବରଦସ୍ତ ବାଣ ଫୁଟାଇଛନ୍ତି । ଫଳରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବଢିଚାଲିଛି । ଆଜି ପୁଣି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୨୭୫ ପାର୍‌ କରିଛି ।

ଗତ ୧୦ ତାରିଖରେ ହୋଇଥିବା ବର୍ଷା ଯୋଗୁ ରାଜଧାନୀ ବାସିନ୍ଦା ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ଦୀପାବଳିର ବାଣ ଫୁଟା ଯୋଗୁ ହୋଇଥିବା ପ୍ରଦୂଷଣ ବଢିବାରେ ଲାଗିଛି । ଶୁକ୍ରବାର ଓ ଶନିବାର ହୋଇଥିବା ବର୍ଷା ଯୋଗୁ ଦିଲ୍ଲୀର ପ୍ରଦୂଷଣ ସ୍ତର ସାମାନ୍ୟ କମିଥିଲା । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ମାନ ୨୭୫ ରହିଛି ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଦିଲ୍ଲୀରେ ବାୟୁ ଗୁଣବତ୍ତାମାନ ଖରାପ ଶ୍ରେଣୀରେ ରହିଛି । ଆନନ୍ଦ ବିହାରରେ ଏକ୍ୟୁଆଇ ୨୯୬, ଆରକେ ପୂରମରେ ୨୯୦, ପଞ୍ଜାବୀ ବାଗରେ ୨୮୦, ଆଇଟିଓରେ ୨୬୩, ବୁରାଡିରେ ୨୭୯, ଦ୍ୱାରକାରେ ୩୦୨, ଆଇଜିଟିଆଇ ଏୟାରପୋର୍ଟରେ ୩୦୫ ରହିଛି ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମ କୋର୍ଟ ଜାରି କରିଥିବା ନିଷେଧାଦେଶ କାଏମ ରହିବ ବୋଲି ସ୍ପଷ୍ଟ କରିଥିଲେ । ଏଥିସହ ଏହା ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ସ୍ପଷ୍ଟ କରିଥିଲେ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago