ଦିଲ୍ଲୀବାସୀଙ୍କ ପାଇଁ ପୁଣି କାଳ ସାଜିଲା ଦୀପାବଳି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର, ବଢିଲା ପ୍ରଦୂଷଣ ମାତ୍ରା
ଗତ ୧୦ ତାରିଖରେ ହୋଇଥିବା ବର୍ଷା ଯୋଗୁ ରାଜଧାନୀ ବାସିନ୍ଦା ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ଦୀପାବଳିର ବାଣ ଫୁଟା ଯୋଗୁ ହୋଇଥିବା ପୁଣି ପ୍ରଦୂଷଣ ମାତ୍ରା ବଢିଛି । ତେବେ ଦୀପାବଳିରେ ବାଣ ନ ଫୁଟାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ । ଆଉ ଏହାକୁ ବେଖାତିର କରିବା ଯୋଗୁଁ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି ।

ଦୀପାବଳିରେ ଧୂଆଁ ହୋଇଗଲା ସୁପ୍ରିମକୋର୍ଟଙ୍କ ଆଦେଶ । ଦୀପାବଳି ଅବସରରେ ଗାଜିଆବାଦ ଠାରୁ ଆରମ୍ଭ କରି ଦିଲ୍ଲୀ, ଫରିଦାବାଦ ଏବଂ ଗୁରୁଗ୍ରାମରେ ଜବରଦସ୍ତ ବାଣ ଫୁଟାଇଛନ୍ତି । ଫଳରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବଢିଚାଲିଛି । ଆଜି ପୁଣି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୨୭୫ ପାର୍ କରିଛି ।
ଗତ ୧୦ ତାରିଖରେ ହୋଇଥିବା ବର୍ଷା ଯୋଗୁ ରାଜଧାନୀ ବାସିନ୍ଦା ସାମାନ୍ୟ ଆଶ୍ୱସ୍ତ ହୋଇଥିବା ବେଳେ ଦୀପାବଳିର ବାଣ ଫୁଟା ଯୋଗୁ ହୋଇଥିବା ପ୍ରଦୂଷଣ ବଢିବାରେ ଲାଗିଛି । ଶୁକ୍ରବାର ଓ ଶନିବାର ହୋଇଥିବା ବର୍ଷା ଯୋଗୁ ଦିଲ୍ଲୀର ପ୍ରଦୂଷଣ ସ୍ତର ସାମାନ୍ୟ କମିଥିଲା । ଦିଲ୍ଲୀର ବିଭିନ୍ନ ସ୍ଥାନରେ ବାୟୁର ଗୁଣବତ୍ତା ମାନ ୨୭୫ ରହିଛି ।
#WATCH | Layer of smog engulfs parts of national capital
(Visuals from Shanti Path) pic.twitter.com/v7qSJF3P3v
— ANI (@ANI) November 13, 2023
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଦିଲ୍ଲୀରେ ବାୟୁ ଗୁଣବତ୍ତାମାନ ଖରାପ ଶ୍ରେଣୀରେ ରହିଛି । ଆନନ୍ଦ ବିହାରରେ ଏକ୍ୟୁଆଇ ୨୯୬, ଆରକେ ପୂରମରେ ୨୯୦, ପଞ୍ଜାବୀ ବାଗରେ ୨୮୦, ଆଇଟିଓରେ ୨୬୩, ବୁରାଡିରେ ୨୭୯, ଦ୍ୱାରକାରେ ୩୦୨, ଆଇଜିଟିଆଇ ଏୟାରପୋର୍ଟରେ ୩୦୫ ରହିଛି ।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମ କୋର୍ଟ ଜାରି କରିଥିବା ନିଷେଧାଦେଶ କାଏମ ରହିବ ବୋଲି ସ୍ପଷ୍ଟ କରିଥିଲେ । ଏଥିସହ ଏହା ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ସ୍ପଷ୍ଟ କରିଥିଲେ ।