Below header

ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲ, ପାଇପ୍‌ ଯୋଗେ ଶ୍ରମିକଙ୍କୁ ଦିଆଯାଉଛି ଅକ୍ସିଜେନ ଓ ଖାଦ୍ୟ

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ନିର୍ମାଣାଧୀନ ଟନେଲର ଏକ ଅଂଶ ଭାଙ୍ଗିଥିବା ଜଣାପଡ଼ିଛି । ଯାହା ପରେ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଏକ ମଲ୍ଟି ଏଜେନ୍ସି ଅପରେସନ୍ ଆରମ୍ଭ କରାଯାଇଛି ।

ହଠାତ ଭୁଶୁଡ଼ି ପଡ଼ିଲା ନିର୍ମାଣଧୀନ ଟନେଲର ଏକ ଅଂଶ । ଚାହୁଁ ଚାହୁଁ ଟନେଲରେ ଫସି ଗଲେ ୪୦ ଶ୍ରମିକ । କେମିତି ବାହାରିବେ କଣ କରିବେ କିଛି ବୁଝି ହେଲାନି । ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କରିବା ପାଇଁ ବାହାରି ପଡ଼ିଲେ । ଯାହାର ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଟନେଲରେ ଫସି ରହିଛନ୍ତି ୫ ଓଡ଼ିଆ ଶ୍ରମିକ ।

ସୂଚନା ଅନୁସାରେ ଗତକାଲି ସକାଳେ ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ନିର୍ମାଣଧୀନ ଟନେଲର ଏକ ଅଂଶ ଭାଙ୍ଗିଥିବା ଜଣାପଡ଼ିଛି । ଯାହା ପରେ ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କୁ ବଞ୍ଚାଇବା ପାଇଁ ଏକ ମଲ୍ଟି ଏଜେନ୍ସି ଅପରେସନ୍ ଆରମ୍ଭ କରାଯାଇଛି । ତେବେ ଏହି ଶ୍ରମିକମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ମଧ୍ୟ ରହିଛନ୍ତି । ଏବଂ ଫସି ରହିଥିବା ଏହି ଶ୍ରମିକମାନଙ୍କୁ ନିସ୍ୱାସ୍ୱ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି । ଏନେଇ ସେମାନଙ୍କୁ ପାଇପ୍‌ ଯୋଗେ ଅକ୍ସିଜେନ ଯୋଗାଇ ଦିଆଯାଉଛି । ଶ୍ରମିକମାନେ କାଲି ରାତିରୁ କିଛି ଖାଇ ନଥିବାରୁ ତାଙ୍କୁ ପାଇପ ଦ୍ୱାରା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ।

ସୂଚନା ଥାଉ କି ଉତ୍ତରକାଶୀ ଜିଲ୍ଲାର ସିଲ୍କୟାରା ଠାରେ ଥିବା ବ୍ରହ୍ମାଖଲ-ୟମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣଧୀନ ଟନେଲ ଗତକାଲି ସକାଳ ପ୍ରାୟ ୫ଟା ସମୟରେ ଆଂଶିକ ଭାବେ ଭୁଶୁଡି ପଡିଥିଲା । ଯାହା ଫଳରେ ୪୦ ଜଣ ଶ୍ରମିକ ଏହି ଟନେଲରେ ଫସି ରହିଛନ୍ତି । ୪୦ ଜଣ ଶ୍ରମିକଙ୍କ ମଧ୍ୟରେ ୫ ଜଣ ଓଡ଼ିଶାରୁ ଥିବା ସୂଚନା ମିଳିଛି । ଏହି ଓଡ଼ିଆ ଶ୍ରମିକମାନେ ହେଉଛନ୍ତି ଶଙ୍କର୍ଷଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭାତ୍ରା, ମୟୁରଭଞ୍ଜର ବିଶେଶ୍ୱର ନାୟକ, କୁଲଡିହାର ରାଜୁ ନାୟକ, ବଡ଼କୁଦାର ଧିରେନ । ତେବେ ଶ୍ରମିକମାନେ ସୁରକ୍ଷିତ ଅଛନ୍ତି କିନ୍ତୁ ସେମାନଙ୍କୁ ନିସ୍ୱାସ ନେବାରେ ସମସ୍ୟା ହେଉଛି । ୨୪ ଘଣ୍ଟାରୁ ଅଧିକ ସମୟ ଧରି ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ ଅଧିକାରୀ କହିଛନ୍ତି ଯେ ସେମାନେ ଶ୍ରମିକମାନଙ୍କ ସହ ଯୋଗାଯୋଗ କରିଛନ୍ତି । ଉଦ୍ଧାର କାର୍ଯ୍ୟରେ NDRF, SDRF,ITBP, BRO ଯବାନ ମାନେ ସାମିଲ ଅଛନ୍ତି । ପ୍ରାୟ ୧୫୦ ଏନଡିଆରଏଫ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । SDRF ଏବଂ ପୋଲିସ ସହାୟତାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି । ସମସ୍ତ ୪୦ ଶ୍ରମିକ ସୁରକ୍ଷିତ ଅଛନ୍ତି ଏବଂ ଟନେଲ ଭିତରକୁ ଅମ୍ଳଜାନ ଠିକ ଭାବେ ପହଞ୍ଚି ପାରୁ ନଥିବାରୁ ସେମାନଙ୍କୁ ପାଇପ୍ ଦ୍ୱାରା ଅମ୍ଳଜାନ ଯୋଗାଇ ଦିଆଯାଉଛି ।

ଉଦ୍ଧାରକାରୀ ଦଳ ଭାରୀ ଯନ୍ତ୍ର ବ୍ୟବହାର କରି ଭୁଷୁଡ଼ି ପଡ଼ିଥିବା ଅଂଶକୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ଘଟଣାସ୍ଥଳରେ ଉତ୍ତରକାଶୀ ଜିଲ୍ଲାପାଳ, ଏସପି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଟନେଲ ଭୁଶୁଡ଼ି ପଡ଼ିଲା ତାର କାରଣ ଖୋଜା ଚାଲିଛି । ୪.୫ କିଲୋମିର ଏହି ଟନେଲର ୧୫୦ ମିଟର ଲମ୍ବା ଅଂଶ ଭୁଶୁଡ଼ି ପଡ଼ିଥିବା ଜଣା ପଡ଼ିଛି । ତେବେ ଏହି ଟନେଲ ଉତ୍ତରାଖଣ୍ଡର ଉତ୍ତରକାଶୀ ଦଣ୍ଡାଲଗାଓଁ ରୁ ସିଲକ୍ୟାରାକୁ ସଂଯୋଗ କରିବା ପାଇଁ ତିଆରି କରାଯାଉଥିଲା । ଚାର୍ ଧାମ ରୋଡ୍ ପ୍ରୋଜେକ୍ଟ ଅଧୀନରେ ଏହା ନିର୍ମାଣ କରାଯାଉଥିଲା ଏବଂ ଉତ୍ତରକାଶୀରୁ ଯମୁନୋତ୍ରୀ ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର କମ କରିବାର ଲକ୍ଷ୍ୟ ରଖାଯାଇଥିଲା ।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସେ ଅଧିକାରୀଙ୍କ ସହ ଲଗାତାର ଯୋଗାଯୋଗରେ ଅଛନ୍ତି । ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଯେ ସମସ୍ତେ ନିରାପଦରେ ଉଦ୍ଧାର ହୋଇ ଯାଆନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.