ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଅଗ୍ନିକାଣ୍ଡରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ

ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ। ଅଗ୍ନିକାଣ୍ଡରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ବାଲିପାଟପୁର ଗାଁରେ ଘଟିଛି ଅଘଟଣ ।

ପୁରୀ (କେନ୍ୟୁଜ): ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ। ଅଗ୍ନିକାଣ୍ଡରେ ୪ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୬ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ରାମଲେଙ୍କା ପଞ୍ଚାୟତ ବାଲିପାଟପୁର ଗାଁରେ ଘଟିଛି ଅଘଟଣ ।

ବାଲିପାଟପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ପାଖ ପଡ଼ୋଶୀ ଘରେ ନିଆଁ ଲାଗିଯାଇଥିବା ଦେଖି ପରିବାର ଲୋକଙ୍କୁ ଡାକିଥିଲେ। ପରେ ଘରେ ଥିବା ଲୋକମାନେ ଜୀବନ ବିକଳରେ ଘରୁ ବାହାରକୁ ପଳାଇ ଆସିଥିଲେ। ହେଲେ ନିଆଁରେ ଘରର ସମସ୍ତ ଆସବାବ ପତ୍ର ପୋଡ଼ିଯିବା ସହ ୪୦ ବସ୍ତା ଧାନ ପୋଡ଼ି ଯାଇଥିଲା। ନିଆଁରେ ୬ଟି ଗୋରୁ ଜୀବନ୍ତ ଦଗ୍ଦ ହୋଇଯାଇଥିଲେ। ଏବେ ସାରା ପରିବାର ଖୋଲା ଆକାଶତଳେ ବିପନ୍ନ ହୋଇ ଦିନ କାଟୁଛନ୍ତି। ବାଲିପାଟପୁର ଗାଁରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କ୍ଷତିପୂରଣ ଓ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.