କେନ୍ୟୁଜ୍(ବ୍ୟୁରୋ): ବିଜେଡି ରାଜ୍ୟ ପରିଷଦ ବୈଠକରେ ୧୮ଟି ପ୍ରସ୍ତାବ ପାରିତ । ବିଧାନ ପରିଷଦ ଗଠନ, ସ୍ଥାନୀୟ ଯୁବକ-ଯୁବତୀଙ୍କୁ ସେଣ୍ଟ୍ରାଲ ପିଏସୟୁରେ ନିଯୁକ୍ତି, ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମେଡିକାଲ୍, ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେହିପରି ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ କରିବା ନେଇ ଓବିସି କମିଶନଙ୍କ ନିକଟରେ ଦାବି ରଖାଯିବ । କେନ୍ଦ୍ରୀୟ ଅବହେଳା, ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଲଢ଼େଇ ଜାରି ରହିବ ।
ଦଳର ବରିଷ୍ଠ ଲୋକ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ଦଳ ପକ୍ଷରୁ ସହାୟତା ପାଇଁ କର୍ପସ ଫଣ୍ଡ ଗଠନ ହେବ । ଏଭଳି ୧୮ଟି ପ୍ରସ୍ତାବ ଉପରେ ବିଜେଡି ରାଜ୍ୟ ପରିଷଦ ମୋହର ମାରିଛି । ଆଜି ଦଳୀୟ କର୍ମକର୍ତ୍ତାଙ୍କୁ ମତାମତ ମାଗିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ସରକାର ଓ ସଙ୍ଗଠନ ପାଇଁ ମତାମତ ଦେବାକୁ କହିଥିଲେ ନବୀନ । ଦଳୀୟ କାର୍ଯ୍ୟାଳୟରେ ରଖାଯାଇଥିବା ଡ୍ରପ୍ ବକ୍ସରେ ସମସ୍ତ କାର୍ଯ୍ୟକର୍ତ୍ତା ମତାମତ ଦେଇଥିଲେ । ୩୩ଟି ସାଙ୍ଗଠନିକ ଜିଲ୍ଲା ପାଖରୁ ପ୍ରସ୍ତାବ ରହିଛି ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…