କେନ୍ୟୁଜ୍(ବ୍ୟୁରୋ): କରୋନାରେ ପ୍ରାଣ ହରାଇଥିବା କନ୍ଧମାଳର କୋଭିଡ ଯୋଦ୍ଧା ଗାୟତ୍ରୀ ଦେବୀଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଗତ ୧୯ ତାରିଖରେ ସ୍ୱାସ୍ଥ୍ୟକର୍ମୀ ଗାୟତ୍ରୀ କୋଭିଡ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ଏଥିରେ ସାଂସଦ ଡ. ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।
ମାଆଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଥିଲା ଏକମାତ୍ର ଝିଅ ଅଲିସା ପଟ୍ଟନାୟକଙ୍କ ଉଚ୍ଚଶିକ୍ଷାରେ ଯେଭଳି କୌଣସି ଅସୁବିଧା ନହେବ ସେନେଇ ସାଂସଦ ଡ. ସାମନ୍ତଙ୍କ ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟରେ ବୈଷୟିକ କିମ୍ବା ପ୍ରଫେସନାଲ ପାଠ୍ୟକ୍ରମରେ ନାମ ଲେଖାଇବାର ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ଗାୟତ୍ରୀଙ୍କ ସ୍ୱାମୀ ସାଂସଦ ଡ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଝିଅ ବର୍ତ୍ତମାନ ଦଶମ ଶ୍ରେଣୀରେ ପଢୁଥିବାରୁ ସେ କିଟ୍ ବିଶ୍ୱବିଦ୍ୟାଳୟରେ ପଢିବାକୁ ଆଗ୍ରହ ଜଣାଇଛନ୍ତି।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…