କନ୍ଧମାଳ:କରୋନାରେ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧା ଗାୟତ୍ରୀଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ଏକମାତ୍ର ଝିଅକୁ ପଠାଇବେ କିଟରେ

କେନ୍ୟୁଜ୍(ବ୍ୟୁରୋ): କରୋନାରେ ପ୍ରାଣ ହରାଇଥିବା କନ୍ଧମାଳର କୋଭିଡ ଯୋଦ୍ଧା ଗାୟତ୍ରୀ ଦେବୀଙ୍କ ପରିବାରକୁ ସହାୟତାର ହାତ ବଢାଇଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ଗତ ୧୯ ତାରିଖରେ ସ୍ୱାସ୍ଥ୍ୟକର୍ମୀ ଗାୟତ୍ରୀ କୋଭିଡ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ଏଥିରେ ସାଂସଦ ଡ. ସାମନ୍ତ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

 

ମାଆଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଥିଲା ଏକମାତ୍ର ଝିଅ ଅଲିସା ପଟ୍ଟନାୟକଙ୍କ ଉଚ୍ଚଶିକ୍ଷାରେ ଯେଭଳି କୌଣସି ଅସୁବିଧା ନହେବ ସେନେଇ ସାଂସଦ ଡ. ସାମନ୍ତଙ୍କ ପକ୍ଷରୁ କିଟ ବିଶ୍ୱବିଦ୍ୟାଳୟରେ ବୈଷୟିକ କିମ୍ବା ପ୍ରଫେସନାଲ ପାଠ୍ୟକ୍ରମରେ ନାମ ଲେଖାଇବାର ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ଗାୟତ୍ରୀଙ୍କ ସ୍ୱାମୀ ସାଂସଦ ଡ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଝିଅ ବର୍ତ୍ତମାନ ଦଶମ ଶ୍ରେଣୀରେ ପଢୁଥିବାରୁ ସେ କିଟ୍‌ ବିଶ୍ୱବିଦ୍ୟାଳୟରେ ପଢିବାକୁ ଆଗ୍ରହ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.