ଟ୍ରାଫିକ୍ ନିୟମ ଉଲ୍ଲଘଂନକାରୀଙ୍କୁ ଆଜିଠୁ ଆଉ ନିସ୍ତାର ନାହିଁ । ମଦ ପିଇ ଗାଡ଼ି ଚାଳନା, ବିପଦ୍ଜନକ ଗାଡ଼ି ଚାଳନା, ଦ୍ରୁତ ବେଗରେ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଭାଙ୍ଗିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ଦୁଇ ଚକିଆରେ ତିନି ଜଣ ଯିବା, ଓଭର ଲୋଡିଂ, ରେଡ୍ ଲାଇନ୍ ଜମ୍ପ କରିବା, ହେଲମେଟ ଓ ବେଲ୍ଟ ନ ପିନ୍ଧିଲେ ମାଫ ନାହିଁ। ଆଜିଠୁ ଏହି ସବୁ ନିୟମର କଡାକଡି ପାଳନ ହେବ । ଏଥିରେ ଉଲ୍ଲଂଘନ କଲେ, ଗାଡ଼ି ଚାଳକଙ୍କ କାଗଜପତ୍ର ଯାଞ୍ଚ ହେବ। ଆବଶ୍ୟକତା ନଥିଲେ କାଗଜପତ୍ର ଯାଞ୍ଚ ହେବନାହିଁ । ଯାଞ୍ଚ ସ୍ଥଳରେ ୪ରୁ ଅଧିକ ଗାଡି ନରଖିବାକୁ ଚିଠିରେ ଉଲ୍ଲେଖ ରହିଛି ।
ସେପ୍ଟେମ୍ବର ୧ରୁ କଡ଼ାକଡି ହୋଇଥିଲା ନୂଆ ମୋଟର ଯାନ ଆଇନର ନିୟମ। କିଛି ଦିନ ପରେ,ଗାଡ଼ିଚାଳକଙ୍କୁ ଆବଶ୍ୟକ କାଗଜପତ୍ର ଯୋଗାଡ଼ କରିବାକୁ ତିନି ମାସ ପାଇଁ ମହଲତ ଦେଇଥିଲେ ସରକାର। ଡିସେମ୍ବର ୧ରୁ ପୁଣି ଲାଗୁ ହୋଇଥାନ୍ତା ନୂଆ ନିୟମ। ତେବେ ଗାଡ଼ି ଚାଳକଙ୍କୁ ଆବଶ୍ୟକ କାଗଜପତ୍ର ପାଇଁ ଆଉ ତିନି ମାସ ସମୟ ଦିଆଯାଇଛି। କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଞ୍ଚବେଳେ ଆଉ ସବୁ କିଛିକୁ କଡାକଡି ଭାବେ ପାଳନ କରାଯିବ ।
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…
ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍ ଆଦି ବାହାରିବା ନେଇ ସୋସିଆଲ…