ଆଜିଠୁ କଡାକଡି ଟ୍ରାଫିକ୍‌ ନିୟମ, ଉଲ୍ଲଘଂନକାରୀଙ୍କୁ ଆଉ ନାହିଁ ନିସ୍ତାର

ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀଙ୍କୁ ଆଜିଠୁ ଆଉ ନିସ୍ତାର ନାହିଁ । ମଦ ପିଇ ଗାଡ଼ି ଚାଳନା, ବିପଦ୍‌ଜନକ ଗାଡ଼ି ଚାଳନା, ଦ୍ରୁତ ବେଗରେ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଭାଙ୍ଗିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ଦୁଇ ଚକିଆରେ ତିନି ଜଣ ଯିବା, ଓଭର ଲୋଡିଂ, ରେଡ୍‌ ଲାଇନ୍‌ ଜମ୍ପ କରିବା, ହେଲମେଟ ଓ ବେଲ୍‌ଟ ନ ପିନ୍ଧିଲେ ମାଫ ନାହିଁ। ଆଜିଠୁ ଏହି ସବୁ ନିୟମର କଡାକଡି ପାଳନ ହେବ । ଏଥିରେ ଉଲ୍ଲଂଘନ କଲେ, ଗାଡ଼ି ଚାଳକଙ୍କ କାଗଜପତ୍ର ଯାଞ୍ଚ ହେବ। ଆବଶ୍ୟକତା ନଥିଲେ କାଗଜପତ୍ର ଯାଞ୍ଚ ହେବନାହିଁ । ଯାଞ୍ଚ ସ୍ଥଳରେ ୪ରୁ ଅଧିକ ଗାଡି ନରଖିବାକୁ ଚିଠିରେ ଉଲ୍ଲେଖ ରହିଛି ।

ସେପ୍ଟେମ୍ବର ୧ରୁ କଡ଼ାକଡି ହୋଇଥିଲା ନୂଆ ମୋଟର ଯାନ ଆଇନର ନିୟମ। କିଛି ଦିନ ପରେ,ଗାଡ଼ିଚାଳକଙ୍କୁ ଆବଶ୍ୟକ କାଗଜପତ୍ର ଯୋଗାଡ଼ କରିବାକୁ ତିନି ମାସ ପାଇଁ ମହଲତ ଦେଇଥିଲେ ସରକାର। ଡିସେମ୍ବର ୧ରୁ ପୁଣି ଲାଗୁ ହୋଇଥାନ୍ତା ନୂଆ ନିୟମ। ତେବେ ଗାଡ଼ି ଚାଳକଙ୍କୁ ଆବଶ୍ୟକ କାଗଜପତ୍ର ପାଇଁ ଆଉ ତିନି ମାସ ସମୟ ଦିଆଯାଇଛି। କେବଳ ଗାଡି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଯାଂଚ ବେଳେ କୋହଳ କରାଯାଇଛି । ଯାଞ୍ଚବେଳେ ଆଉ ସବୁ କିଛିକୁ କଡାକଡି ଭାବେ ପାଳନ କରାଯିବ ।

Leave A Reply

Your email address will not be published.