ଆଜି ଡିସେମ୍ବର ୧ : ଭାରତରେ ସର୍ବାଧିକ ଶିଶୁ ଓ କିଶୋରଙ୍କ କ୍ଷେତ୍ରରେ ଏଚଆଇଭି ସଂକ୍ରମଣ ଓ ଏଡସ୍‌ ଜନିତ ସଙ୍କଟ

ପ୍ରତିବର୍ଷ ଭଳି ଚଳିତବର୍ଷ ଡିସେମ୍ବର ୧ ରେ ପାଳନ ହେଉଛି ବିଶ୍ୱ ଏଡସ୍‌ ଦିବସ । ଚଳିତବର୍ଷର ଥିମ୍‌ ରହିଛି “Communities make the difference । ଓଡ଼ିଆରେ ଏହାର ଅର୍ଥ ‘ସମାଜରେ ପାର୍ଥକ୍ୟ ରହିଛି’ । ୧୯୮୮ରୁ ଏହାକୁ ୟୁନେସ୍କୋ ପକ୍ଷରୁ ପାଳନ କରାଯାଉଛି । ଏହାର ଭୟବହତାକୁ ନେଇ ପ୍ରତିବର୍ଷ ଲୋକଙ୍କୁ ସଚେତନ କରାଯାଉଛି ।  ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ୟୁନିସେଫ । ବିଶ୍ୱ ଲଡସ୍‌ ଦିବସରେ ସାମ୍ନାକୁ ଆସିଛି ଚମକାଇ ଦେବା ଭଳି ତଥ୍ୟ ।

ଭାରତରେ ସର୍ବାଧିକ ଶିଶୁ ଓ କିଶୋରଙ୍କ କ୍ଷେତ୍ରରେ ଏଚଆଇଭି ସଂକ୍ରମଣ ଓ ଏଡସ୍‌ ଜନିତ ସଙ୍କଟ ଉଦବଗେଜନକ ବୋଲି ରିପୋର୍ଟରେ କୁହାଯାଇଛି । ୟୁନିସେଫ ଚେତାଇ ଦେଇଛି ଯେ ନିରାକରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆନଯାଏ, ତେବେ ୨୦୩୦ ସୁଦ୍ଧା ଏହା ଅତି ଭୟଙ୍କର ହେବ । ୨୦୦୨ରୁ ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଆଗରେ ରହିଛି ଗଂଜାମ ଜିଲ୍ଲା ।

ତେବେ ଆଶ୍ୱସ୍ତିର କଥା ହେଉଛି, ପ୍ରତିବର୍ଷ ନୂତନ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହି ଭୟଙ୍କର ବ୍ୟାଧିକୁ ରୋକିବା ପାଇଁ କୌଣସି ଔଷଧ ବାହାରି ନାହିଁ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ରୋଗ ସମ୍ପର୍କରେ ଜାଣିପାରିଲେ କିଛି ମାତ୍ରାରେ ନିୟନ୍ତ୍ରଣ କରିବା ସମ୍ଭବ । ଚଳିତ ବର୍ଷ ରାଜ୍ୟରେ ୧,୯୬୨ ଏଚଆଇଭି ପଜିଟିଭ୍‌ ଆସିଛି । ୫୧୫ ଗର୍ଭବତୀଙ୍କ କ୍ଷେତ୍ରରେ ପଜିଟିଭ୍‌ ରହିଛି । ୨୦୧୮ରେ ଏହି ସଂଖ୍ୟା ଥିଲା ୨୪୭୭ ।

Leave A Reply

Your email address will not be published.