Below header

ଏହି ଘୋଡ଼ାକୁ ଲାଗିଛି ଚା ପିଇବାର ଆଦତ, ନମିଳିବା ପର୍ଯ୍ୟନ୍ତ କରେନାହିଁ କୌଣସି କାମ, ଦେଖନ୍ତୁ ଭିଡିଓ

ସାଧାରଣତଃ ଚା ଅନେକ ଲୋକଙ୍କୁ ପସନ୍ଦ । ମଣିଷକୁ ଚା ପିଇବାର ଅଭ୍ୟାସ ଥିବା କଥା ତ ଆପଣ ନିଶ୍ଚୟ ଶୁଣିଥିବେ ତେବେ ଯଦି କେବେ ଘୋଡ଼ାକୁ ଚା ପିଇବାର ଅଭ୍ୟାସ ହୋଇଯାଏ ତାହେଲେ ? ଆଜ୍ଞା ହଁ ଇଂଲଣ୍ଡର ମର୍ସିସାଇଡ ପୋଲିସ ପାଖରେ ରହିଛି ଏପରି ଏକ ଘୋଡା ଯାହାକୁ ହୋଇଯାଇଛି ଚା ପିଇବାର ଅଭ୍ୟାସ ଏବଂ ଚା ନଦେଲା ପର୍ଯ୍ୟନ୍ତ ସେ କୌଣସି କାମ କରେ ନାହିଁ । ପ୍ରତିଦିନ ସକାଳୁ ତାକୁ ଏକ କପ ଚା ଦେବା ପରେ ହିଁ ସେ କାମ କରିଥାଏ।

୨୦ ବର୍ଷୀୟ ଏହି ଘୋଡାର ନାମ ହେଉଛି ଜ୍ୟାକ । ଏହାର ଚା ପିଇବାର ଆଦତ ବିଷୟରେ ମର୍ସିସାଇଡ ପୋଲିସର ମାଉଣ୍ଟ ସେକ୍ସନରେ କାମ କରୁଥିବା ସମସ୍ତ କର୍ମଚାରୀମାନେ ଜାଣନ୍ତି । ସେଥିପାଇଁ ତାକୁ ସକାଳର ଚା ଦେବାକୁ କେବେ ଭୁଲନ୍ତି ନାହିଁ । ଦୀର୍ଘ ୧୫ ବର୍ଷ ପୂର୍ବରୁ ଜ୍ୟାକକୁ ଏହି ଅଭ୍ୟାସ ରହିଛି । ସୂଚନା ଅନୁଯାୟୀ ଜ୍ୟାକର ମାଲିକ ଚା ପିଇବା ପରେ କପକୁ ତା ପାଖରେ ଛାଡି ଦେଇଥିଲେ ଯେଉଁଥିରେ ଅଳ୍ପ କିଛି ଚା ରହିଯାଇଥିଲା ଏବଂ ସେହି ଚା’ କୁ ଜ୍ୟାକ ଚାଖିଦେଇଥିଲା । ତେବେ ସେହିଦିନଠାରୁ ଜ୍ୟାକକୁ ଚା’ର ଅଭ୍ୟାସ ହୋଇଯାଇଛି ।

चाय पीने के बाद ही काम पर निकलता है यह घोड़ा

ଏହାସହ ପଢନ୍ତୁ ସାଇକେଲ ମରାମତି କରିବାରେ ବିଳମ୍ବ, ପୋଲିସରେ ଅଭିଯୋଗ କଲେ ପଞ୍ଚମ ଶ୍ରେଣୀ ଛାତ୍ର, ଆଉ ତାପରେ..

ମାଉଣ୍ଟ ସେକ୍ସନର ମ୍ୟାନେଜରଙ୍କ କହିବା ଅନୁଯାୟୀ ଜ୍ୟାକକୁ ବହୁତ ଗରମ କିମ୍ବା ମଲାଈ ଚା’ ପସନ୍ଦ ନୁହେଁ । ସେ କେବଳ କ୍ଷୀରରେ ସାଧାରଣ ଭାବେ ପ୍ରସ୍ତୁତ ହୋଇଥିବା ଚା ଯେଉଁଥିରେ ୧/୨ ଚାମଚ ଚିନି ଏବଂ ଥଣ୍ଡା ପାଣି ମିଶାଯାଇଥିବ ତାକୁ ପିଏ । ଜ୍ୟାକର ଚା ପିଉଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । କୁହାଯାଉଛି ଆସନ୍ତା ବର୍ଷ ଜ୍ୟାକ ସେବାନିବୃତ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.