Below header

ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ରାଇରଙ୍ଗପୁର (କେନ୍ୟୁଜ୍) : ଲୋକଲଜ୍ଜାରୁ ଜୀବନ ହାରିଲେ ଅଧ୍ୟାପିକା। ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଉଦ୍ଧାର ହେଲା ଝୁଲନ୍ତା ଅଧ୍ୟାପିକାଙ୍କ ମୃତଦେହ। ମୃତ ଅଧ୍ୟାପିକା ଜଣକ ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକଚୁଆଲ୍‌ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିଲେ। ଅଭିଯୋଗ ଅନୁଯାୟୀ ଗତକାଲି ରାତି ପ୍ରାୟ ୮ଟା ସମୟରେ ଛାତ୍ରୀ ନିବାସର ରୁମ ନମ୍ବର ୮ରେ ସେ ଭିତରପଟୁ କବାଟ ବନ୍ଦ କରି ରହିଥିଲେ। ତେବେ ରାତ୍ରୀ ଭୋଜନ ପାଇଁ ଛାତ୍ରୀ ନିବାସର ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ। ତେବେ କବାଟ ନଖୋଲିବାରୁ କିଛି ଛାତ୍ରୀ ଓ ମେଟ୍ରୋନ୍‌ କବାଟ ଭାଙ୍ଗି ଭିତରେ ପଶିଥିଲେ। ଅଧ୍ୟାପିକାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏନେଇ କଲେଜ କର୍ତ୍ତୁପକ୍ଷ ତୁରନ୍ତ ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି।

ଅଧ୍ୟାପିକାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ମୃତ ଅଧ୍ୟାପିକାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପାଣ୍ଡରା ଗାଁରେ। ଏକ ମାସେ ତଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ ଝାରପୋଖରୀଆ ଥାନାରେ ମାମଲା ରୁଜୁ ହୋଇଥିଲା। ସମ୍ପର୍କୀୟ ଭାଇ ଅଧ୍ୟାପିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁକୁ ମୟୁରଭଞ୍ଜ ପୋଲିସର ସ୍ପେଶାଲ ସ୍କାର୍ଡ କଟକରୁ ଗିରଫ କରିଛି। ସେପଟେ ତଦନ୍ତରେ ଅବହେଳା ଅଭିଯୋଗରେ ଝାରପୋଖରୀଆ ଆଇଆଇସି ଶରତ ମହାଲିକଙ୍କୁ ବଦଳି କରାଯାଇଛି। SP ଅଫିସକୁ ବଦଳି କରିଛନ୍ତି ମୟୂରଭଞ୍ଜ SP । କେସ୍‌ର IO ପ୍ରଶାନ୍ତ ସ୍ୱାଇଁଙ୍କୁ ସସ୍‌ପେଣ୍ଡ କରାଯାଇଛି। IICଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୂର୍ବାଞ୍ଚଳ IG ଦୀପ୍ତେଶ୍‌ ପଟ୍ଟନାୟକ  ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.