ଜାଣନ୍ତୁ କେଉଁ ଦେବାଦେବୀଙ୍କୁ କେଉଁ ଭୋଗ ଚଢ଼ାଇଲେ ଜଲଦି ହୁଅନ୍ତି ପ୍ରସନ୍ନ !

ଭକ୍ତମାନେ ନିଜ ଇଷ୍ଟ ଦେବାତାଙ୍କୁ ପୂଜା କରନ୍ତି ଏବଂ ପ୍ରସାଦ ଭୋଗ ଚଢାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କେଉଁ ଦେବାଦେବୀଙ୍କୁ କେଉଁ ପ୍ରକାର ପ୍ରସାଦ ଭୋଗ ଲଗାଇବା ଉଚିତ ଯେଉଁଥିରେ ସେମାନେ ପ୍ରସନ୍ନ ହୋଇଥାନ୍ତି । ଯେଉଁଭଳି ସବୁ ବ୍ୟକ୍ତିଙ୍କୁ ଏକ ବିଶେଷ ବ୍ୟଞ୍ଜନ ପସନ୍ଦ ଆସିଥାଏ ଠିକ ସେମିତି ସବୁ ଦେବାଦେବୀଙ୍କର ତାଙ୍କ ପସନ୍ଦର ଭୋଗ ରହିଛି ଯଦି ଆପଣ ସେମାନଙ୍କୁ ତାଙ୍କ ପସନ୍ଦର ପ୍ରସାଦ ଚଢାନ୍ତି ତେବେ ସେ ଜଲଦି ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ଆଶୀର୍ବାଦ ମଧ୍ୟ କରିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁ ଦେବତାଙ୍କୁ କେଉଁ ଭୋଗ ଚଢ଼ାଇବା ଶୁଭ ହୋଇଥାଏ ।

-ମହାଦେବଙ୍କୁ ଭାଙ୍ଗ ଏବଂ ପଞ୍ଚାମୃତ ବହୁତ ପସନ୍ଦ । ସୋମବାର ଦିନ ଶିବଙ୍କ ଉପବାସ ରଖି ତାଙ୍କୁ ଗୁଡ, ଚଣା ଏବଂ କ୍ଷୀର ମଧ୍ୟ ଅର୍ପଣ କରିପାରିବେ କାରଣ ଏହି ସବୁ ଜିନିଷ ଭଗବାନ ଶିବଙ୍କୁ ବହୁତ ପସନ୍ଦ ।

ଏହାସହ ପଢନ୍ତୁ : ମାତ୍ର ଗୋଟିଏ ଲବଙ୍ଗ ଖୋଲିପାରେ ଆପଣଙ୍କ ଭାଗ୍ୟର ଦ୍ୱାର, କେବଳ କରିବାକୁ ହେବ ଏହି କାମ

– ପ୍ରଭୁ ଶ୍ରୀ ହନୁମାନଙ୍କୁ ହାଲୁଆ, ଲାଲ ଏବଂ ତାଜା ଫଳ, ଗୁଡରେ ତିଆରି ଲଡୁ ଏବଂ ତୁଳସୀ ଜଳ ଅର୍ପଣ କରିପାରିବେ । ଶୁଦ୍ଧ ଦେଶୀ ଘିଅରେ ପ୍ରସ୍ତୁତ ବେସନ ଲଡୁ ମଧ୍ୟ ତାଙ୍କୁ ବହୁତ ପସନ୍ଦ ।

-ମାତା ଲକ୍ଷ୍ମୀଙ୍କୁ ଧାନର ଦେବୀ କୁହାଯାଏ । କୁହାଯାଏ ଯେ ରଥ ବିନା ସବୁ ବ୍ୟର୍ଥ ଅଟେ । ତେଣୁ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କ ପ୍ରିୟ ଭୋଗ ନେଇ ଲକ୍ଷ୍ମୀ ମନ୍ଦିରରେ ଅର୍ପଣ କରନ୍ତୁ । ଲକ୍ଷ୍ମୀଙ୍କୁ ଧଳା ଏବଂ ହଳଦିଆ ରଙ୍ଗର ମିଠା ବହୁତ ପସନ୍ଦ ।

-ଭଗବାନ ଗଣେଶଙ୍କୁ ମୋଦକ ଲଡୁ ବହୁତ ପସନ୍ଦ । ଏହାଛଡା ଆପଣ ତାଙ୍କୁ ବୁନଦୀ ଲଡୁ ମଧ୍ୟ ଅର୍ପଣ କରିପାରିବେ । ଗଣେଶଙ୍କୁ ଗୁଡ ବହୁତ ପସନ୍ଦ।

-ପ୍ରଭୁ ଶ୍ରୀରାମଙ୍କୁ କେଶରଯୁକ୍ତ ଖାଦ୍ୟ ବହୁତ ପସନ୍ଦ ଏଥିପାଇଁ ଆପଣ ତାଙ୍କୁ ଏହାକୁ ଅର୍ପଣ କରିପାରିବେ ।

Leave A Reply

Your email address will not be published.