ରାଜ୍ୟ

ଚୋରା ମଦ ବେପାରିକୁ କାବୁ କରି ପାନେ ଦେଲେ ମହିଳାମାନେ: ବୋତଲ ଭାଙ୍ଗିଲେ, ଛାଞ୍ଚୁଣିରେ ଛେଚିଲେ

ଚାନ୍ଦବାଲି : କିଏ ଛାଞ୍ଚୁଣିର ତ କିଏ ହାତରେ ମହିଳାମାନେ ନିର୍ଘାତ ଛେଚିଲେ ଜଣେ ଚୋରା ମଦ ବେପାରିକୁ । ଘଟଣାଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ । ସୂଚନା ମୁତାବକ ଅଲିନଗର ଅଞ୍ଚଳର ଜଣେ ଚୋରା ମଦ ବେପାରି ପ୍ରତ୍ୟେକ ଦିନ କୋହ୍ଲ ଅଞ୍ଚଳରେ ଚୋରା ମଦ ବେପାର କରିଆସୁଥିଲା । ବାରମ୍ବାର ମନା କରିବା ପରେ ବି ସେ ନିଜ ଜିଦ୍ ରେ ଅଟଳ ଥିଲା । ଯାହାଫଳରେ ଗାଁର କିଛି ଲୋକେ ମଦ ପିଇବା ଫଳରେ ପରିବାରରେ ଅଶାନ୍ତି ଲାଗିରହୁଥିଲା ଏବଂ ଅଞ୍ଚଳରେ ଚୋରା ମଦ କାରବାର ଫଳରେ ଅସାଜିକ କାର୍ଯ୍ଯକୁ ନେଇ ଭୟର ବାତାବରଣ ଲାଗିରହୁଥିଲା।

ତେବେ ଆଜି ଭୋର ସମୟରେ କୋହ୍ଲ ପେଟ୍ରୋଲ ପମ୍ପ ନିକଟରେ ମହିଳାମାନେ ଉକ୍ତ ମଦ ବେପାରାକୁ କାବୁ କରିବା ସହ ମାଡ ମାରି ସାବାଡ୍ କରିଥିଲେ । ଖାଲି ସେତିକି ନୁହେଁ  ମଦ ବୋତଲକୁ ଭାଙ୍ଗିବା ସହ ରାସ୍ତା ଉପରେ ଢାଳିଥିଲେ । ଏହାପରେ ଉକ୍ତ ଚୋରା ମଦ ବେପାରିକୁ ପୋଲିସର ଜିମା ଦିଆଯାଇଥିଲା ।

 

Sonalisa

Recent Posts

ସୁଶାନ୍ତ ସିଂ ରାଜପୁତଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀରେ ଦେଖନ୍ତୁ କିଛି ଖାସ ଫଟୋ, ଥିଲେ ସର୍ବଗୁଣ ସମ୍ପର୍ଣ୍ଣ

ଜୁନ୍ ୧୪,୨୦୨୦ ରେ ୩୪ ବର୍ଷ ବୟସରେ ସୁଶାନ୍ତ ସିଂ ରାଜପୁତ ହଠାତ୍ ଏହି ଦୁନିଆକୁ ବିଦାୟ ଦେଇଥିଲେ ।…

13 mins ago

ପ୍ରକୃତି କୋଳରେ ଶୋଭା ପାଉଛି କୃଷ୍ଣଚୂଡ଼ା, ନାଲି ରଙ୍ଗରେ ସଜେଇ ହୋଇଛି ଧରଣୀ ରାଣୀ

କଣ୍ଟାମାଳ(କେନ୍ୟୁଜ): କୃଷ୍ଣଚୂଡ଼ାର ନାଲି ରଙ୍ଗରେ ବେଶ ଶୋଭାପାଉଛି ପ୍ରକୃତି । ଗ୍ରୀଷ୍ମର ତାତି ସହ ସୂର୍ଯ୍ୟର ପ୍ରଖର କିରଣରେ ଝଟକୁଛି…

21 mins ago

ଭାରତ ବ୍ୟତୀତ ଏହିସବୁ ଦେଶର ମହିଳାମାନେ ବି ପିନ୍ଧନ୍ତି ଶାଢ଼ୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଶାଢ଼ୀ ଭାରତୀୟ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତ୍ର । ଭାରତର ପ୍ରାୟ ଅଧିକାଂଶ ମହିଳା ଶାଢ଼ୀ ପିନ୍ଧନ୍ତି । ଭାରତ…

28 mins ago

ନୀତା ଅମ୍ବାନୀଙ୍କ ଘରର ସୌନ୍ଦର୍ଯ୍ୟ ବଢ଼ାଇବ ଓଡ଼ିଶାର ତାଳଗଛ

ପୁରୀ : ଓଡ଼ିଶାରୁ ଅମ୍ବାନୀଙ୍କ ଘରକୁ ଯିବ ତାଳଗଛ । ନିତା ଅମ୍ବାନୀଙ୍କ ବାସ ଭବନରେ ହୁଏତ ଏହି ଗଛ…

33 mins ago

ବିହାର ବିଜୁଳି ବିଭାଗରେ ୨୬୧୦ ପଦବୀ ଖାଲି, ଦରମା ୫୮,୬୦୦ ଟଙ୍କା

ବିହାର ଷ୍ଟେଟ ପାଓ୍ଵର ହୋଲିଡିଂ କମ୍ପାନୀ ଲିମିଟେଡରେ ୨ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ…

39 mins ago

ଜିଓ ଦେଉଛି ୨୮ ଦିନ ପାଇଁ ବଢ଼ିଆ ପ୍ଲାନ, ମିଳିବ ୬ GBର ଏକ୍ସଟ୍ରା ଡାଟା

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍‌ ଆଣିଥାଏ ।…

1 hour ago