Below header

ଚୋରା ମଦ ବେପାରିକୁ କାବୁ କରି ପାନେ ଦେଲେ ମହିଳାମାନେ: ବୋତଲ ଭାଙ୍ଗିଲେ, ଛାଞ୍ଚୁଣିରେ ଛେଚିଲେ

ଚାନ୍ଦବାଲି : କିଏ ଛାଞ୍ଚୁଣିର ତ କିଏ ହାତରେ ମହିଳାମାନେ ନିର୍ଘାତ ଛେଚିଲେ ଜଣେ ଚୋରା ମଦ ବେପାରିକୁ । ଘଟଣାଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅଞ୍ଚଳରେ । ସୂଚନା ମୁତାବକ ଅଲିନଗର ଅଞ୍ଚଳର ଜଣେ ଚୋରା ମଦ ବେପାରି ପ୍ରତ୍ୟେକ ଦିନ କୋହ୍ଲ ଅଞ୍ଚଳରେ ଚୋରା ମଦ ବେପାର କରିଆସୁଥିଲା । ବାରମ୍ବାର ମନା କରିବା ପରେ ବି ସେ ନିଜ ଜିଦ୍ ରେ ଅଟଳ ଥିଲା । ଯାହାଫଳରେ ଗାଁର କିଛି ଲୋକେ ମଦ ପିଇବା ଫଳରେ ପରିବାରରେ ଅଶାନ୍ତି ଲାଗିରହୁଥିଲା ଏବଂ ଅଞ୍ଚଳରେ ଚୋରା ମଦ କାରବାର ଫଳରେ ଅସାଜିକ କାର୍ଯ୍ଯକୁ ନେଇ ଭୟର ବାତାବରଣ ଲାଗିରହୁଥିଲା।

ତେବେ ଆଜି ଭୋର ସମୟରେ କୋହ୍ଲ ପେଟ୍ରୋଲ ପମ୍ପ ନିକଟରେ ମହିଳାମାନେ ଉକ୍ତ ମଦ ବେପାରାକୁ କାବୁ କରିବା ସହ ମାଡ ମାରି ସାବାଡ୍ କରିଥିଲେ । ଖାଲି ସେତିକି ନୁହେଁ  ମଦ ବୋତଲକୁ ଭାଙ୍ଗିବା ସହ ରାସ୍ତା ଉପରେ ଢାଳିଥିଲେ । ଏହାପରେ ଉକ୍ତ ଚୋରା ମଦ ବେପାରିକୁ ପୋଲିସର ଜିମା ଦିଆଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.