ଏବେ ବଲିଉଡରେ ସଫା କରିବାର ସମୟ ଆସିଛି, ମୂଳରୁ ଓପାଡି ଫୋପାଡ଼ି ଦିଅ : ରବିନା ଟଣ୍ଡନ୍

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଏନସିବି ଅନୁସନ୍ଧାନରେ ପ୍ରତିଦିନ ନୂଆ ଖୁଲାସା ହେଉଛି । ଡ୍ରଗ୍ସ ମାମଲାରେ ସାରା ଅଲି ଖାନ, ରାକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁରଙ୍କ ପରେ ଏବେ ଦୀପିକା ପାଦୁକୋନ, ସୋନାକ୍ସି ସିହ୍ନା ଓ ଦିୟା ମିର୍ଜାଙ୍କ ନାମ ମଧ୍ୟ ବାହାରକୁ ଆସୁଛି । ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗି ଅଭିନେତ୍ରୀ ରବିନା ଟଣ୍ଡନ୍ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ବଲିଉଡରେ ସଫା କରିବାର ସମୟ ଆସିଛି ବୋଲି କହିଛନ୍ତି ରବିନା ।

ରବିନା ଟ୍ୱିଟରରେ ଲେଖିଛନ୍ତି- “ବର୍ତ୍ତମାନ ସଫା କରିବାର ସମୟ ଆସିଛି । ସ୍ୱାଗତ ! ଆମର ଆଗାମୀ ପିଢ଼ିକୁ ଏହା ସାହାଯ୍ୟ କରିବ । ପ୍ରଥମେ ଏଠାରୁ ଆରମ୍ଭ କରନ୍ତୁ, ତାପରେ ଅନ୍ୟ କ୍ଷେତ୍ରକୁ ଯାଆନ୍ତୁ । ମୂଳରୁ ଉପାଡି ଫୋପାଡ଼ି ଦିଅ । ଦୋଷୀ, ଉପଭୋକ୍ତା, ଡିଲର, ଯୋଗାଣକାରୀ ସମସ୍ତଙ୍କୁ ଦଣ୍ଡ ଦିଅ । ବଡ ଲୋକ ଯେଉଁମାନେ ଏହାର ଫାଇଦା ନେଉଛନ୍ତି ସେମାନେ ଟାର୍ଗେଟରେ ଅଛନ୍ତି । ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଦେଖନ୍ତି ନାହିଁ ଏବଂ ଏହାକୁ ଦେଇ ସେମାନଙ୍କ ଜୀବନ ନଷ୍ଟ କରନ୍ତି ।”


ଡ୍ରଗ୍ସ ଚାଟରେ ନାମକରଣ ହେବା ପରେ ଏନସିବି ମଙ୍ଗଳବାର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଏବଂ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିର ସିଇଓ ଧ୍ରୁବ ଚିତଗୋପେକରଙ୍କୁ ଡକାଇଥିଲେ । ଏହାପୂର୍ବରୁ ଏନସିବି ସୋମବାର ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହାଙ୍କୁ ପଚରାଉଚୁରା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.