Categories: ରାଜ୍ୟ

ଆଜ୍ଞା ନମସ୍କାର, ମୁଁ ନବୀନ ପଟ୍ଟନାୟକ କହୁଛି . . . .

ଭୁବନେଶ୍ବର(କେନ୍ୟୁଜ୍):  ଆଜ୍ଞା ନମସ୍କାର, ମୁଁ ନବୀନ ପଟ୍ଟନାୟକ କହୁଛି । ଆଜି ବିଭିନ୍ନ ହସ୍‌ପିଟାଲ ଓ ଥାନାକୁ ଆସିଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ସହ ସିଧାସଳଖ ଫୋନରେ ଏମିତି କହି କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଥାନା ଓ ଡାକ୍ତରଖାନା ସଂପର୍କରେ ସେମାନଙ୍କ ମତାମତ ଦେଇଥିଲେ । ଏଭଳି ଅଭିନବ ପଦକ୍ଷେପ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାପରେ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ ଓ ସହିଦ ନଗର ଥାନାରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋ ସରକାର ଲୋଗୋ, କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ବାର୍ତ୍ତା ସମ୍ବଳିତ ଫଳକ ଉନ୍ମୋଚନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସବୁ ଥାନା ଓ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କ ସମେତ କଟକ, ବ୍ରହ୍ମପୁର ଓ ସମ୍ବଲପୁର ବଡ ମେଡିକାଲଷର ଏହା କାର୍ଯ୍ୟକ୍ଷମ ହୋଇଛି । ଆସନ୍ତା ୩୦ ତାରିଖ ସୁଦ୍ଧା ସୁବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ଲଗୁ ହେବ ।

ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ ମାର୍ଚ୍ଚ ୫ରୁ ସବୁ ବିଭାଗ ଏହାକୁ ମାନି କାମ କରିବେ । ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି ସମସ୍ତ ରୋଗୀଙ୍କ ମୋବାଇଲ ଫୋନ ନମ୍ବର ରେଜିଷ୍ଟ୍ରେସନ ହେବ । ଟୋଲ ଫ୍ରି ନମ୍ବର ୧୪୫୪୫କୁ କଲ୍‌ କରି ମଧ୍ୟ ରେଜିଷ୍ଟ୍ରେସନ କରିହେବ । ଯୋଜନା ଅନୁସାରେ ହସପିଟାଲକୁ ଯାଉଥିବା ରୋଗୀ ଓ ଥାନାକୁ ଅଭିଯୋଗକାରୀ ଯିବା ପରେ ସେମାନଙ୍କ ମୋବାଇଲ ଫୋନ ନମ୍ବର ପଞ୍ଜିକରଣ କରାଯିବ । ସଙ୍ଗେ ସଙ୍ଗେ ଅଭିଯୋଗକାରୀଙ୍କ ପାଖକୁ ଆସିବ ଏସଏମଏସ୍‌ । ଏହା ପରେ ମୁଖ୍ୟମନ୍ତ୍ରୀ ମୋ ସରକାର ପୋର୍ଟାଲରୁ ୧୦ଟି ଫୋନ ନମ୍ବରକୁ ରାଣ୍ଡାମ ସିଲେକ୍ସନ କରି ଅଭିଯୋଗକାରୀଙ୍କ ସହିତ ସିଧା କଥା ହେବେ । ଉଭୟ ଥାନା ଓ ମେଡିକାଲରେ କାମ କରିବ ମୋ ସରକାର କାର୍ଯ୍ୟକ୍ରମ । ଲୋକଙ୍କ ଫିଡ୍‌ବ୍ୟାକ ଆଧାରରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ସରକାର

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

56 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago