ରାଜ୍ୟ

ଇଙ୍କ୍‌ଫେଷ୍ଟ ୨୦୨୩, ଏଠାରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଫଟୋ ହୋଇଛି ଜୀବନ୍ତ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ଗାଲେରୀରେ ଲାଗିଛି ଭଳିକି ଭଳି ପକ୍ଷୀଙ୍କ ଫଟୋ । କମନ ମାର୍ଗନ୍ସର,ରୁଡି ଶେଲଡକ,ରେଡ କ୍ରେଷ୍ଟେଡ ପୋଚାର୍ଡ,ବ୍ଲାକ ବେଲିଡ ଟର୍ନ,ରୋଜି ଷ୍ଟର୍ଲିଙ୍ଗ,ପଲାସ ଗଲ,ବ୍ଲାକ ହେଡେଡ ଗଲ ଆଉ ରିଭର ଲାପବି,ପାରଡାଇଜ ଫ୍ଲଏ କେଚରଙ୍କ ଭଳି ରଂଗ ବେରଂଗର ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଫଟୋ ହୋଇଛି ବେଶ ଜୀବନ୍ତ । ଏହା ସହ ଅନ୍ୟକିଛି ଫଟୋ ବି ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । କେବେ ଦେଖିନଥିବା ଏହିଭଳି ଜାତି ଜାତିକା ପକ୍ଷୀଙ୍କ ଫଟୋ ଦେଖିବାକୁ ଫଟୋ ଗାଲେରୀରେ ଏବେ ଲାଗିଛି ଦର୍ଶକଙ୍କ ଗହଳୀ । ସୁବର୍ଣ୍ଣପୁର ରୋୟାଲ ପଡିଆରେ ଆୟୋଜିତ ଇଙ୍କ୍‌ଫେଷ୍ଟ ୨୦୨୩ ଅବସରରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଫଟୋ ଗାଲେରୀରେ ଲାଗିଥିବା ଫଟୋ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କନ୍ଦ୍ରବିନ୍ଦୁ ପାଲଟିଛି ।

ଆପଣତ ଜାଣିଛନ୍ତି ଦର୍ଶକବନ୍ଧୁ ସୁବର୍ଣ୍ଣପୁରରେ ରହିଛି ଅନେକ ପ୍ରାକ୍ରୁତିକ ସୌନ୍ଦର୍ଯ୍ଯ ।ତାସାଙ୍ଗକୁ ବିଭିନ୍ନ ଦେବା ଦେବୀଙ୍କ ପୀଠ। ତେବେ ପର୍ଯ୍ୟଟକଙ୍କ ପାଇଁ ସୁବର୍ଣ୍ଣପୁରର ନଦୀ,ନାଳ,ପହାଡ ଓ ଝରଣା ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେବେ ଏସବୁ ଭିତରେ କେବଳ ପର୍ଯ୍ୟଟକ ନୁହଁନ୍ତି ଏଠିକାର ମାଟି,ପାଣି ଓ ପବନକୁ ଭଲପାଇ ବସିଛନ୍ତି ଶହ ଶହ ବିଦେଶାଗତ ପକ୍ଷୀ । ବର୍ଷର ବିଭିନ୍ନ ସମୟରେ ଏସବୁ ପକ୍ଷୀ ସୁବର୍ଣ୍ଣପୁରକୁ ଧାଇଁ ଆସୁଥିବାବେଳେ ସେମାନଙ୍କ ଫଟୋକୁ ଏବଂ କାର୍ଯ୍ୟଶୈଳୀକୁ କ୍ଯାମେରା ଲେନ୍ସରେ କଏଦ କରିଛନ୍ତି ସୁବର୍ଣ୍ଣପୁରର କିଛି ପକ୍ଷୀପ୍ରେମୀ । ସୁବର୍ଣ୍ଣପରୁରେ ଆୟୋଜିତ ଇଙ୍କଫେଷ୍ଟ ଅବସରରେ ସେସବୁ ଫଟୋକୁ ପ୍ରଦର୍ଶନକରି ବେଶ ପ୍ରଶଂସା ସଉଁଟିଛନ୍ତି ଏମାନେ।

ସୋନପୁର ଜିଲ୍ଲାରେ ବ୍ୟାପକ ମାତ୍ରାରେ ଭରି ରହିଛି ନଦୀ,ନାଳ ଏବଂ ଜଂଗଲ । ବିଶେଷକରି ମହାନଦୀରେ ଥିବା ଗର୍ଭରେ ଥିବା ପଥର ଓ ବୁଦା ଏମାନଙ୍କ ମିଳନ ପାଇଁ ବେଶ ପ୍ରକୃଷ୍ଟ । ମହନଦୀରୁ ମଧୁର ମାଛଖାଇ ପଥର ଉପରେ ଏମାନେ ଡେଣା ଶୁଖାଇଥାନ୍ତି । ଗତ କିଛିବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାକୁ ଅନେକ ବିଦେଶାଗତ ପକ୍ଷୀଙ୍କ ଆଗମାନ ହେଉଥିବାବେଳେ ଏସବୁ ପକ୍ଷୀଙ୍କୁ କ୍ଯାମେରା ଲେନ୍ସରେ ବାନ୍ଧି ରଖିଛନ୍ତି କିଛି ପକ୍ଷୀପ୍ରେମୀ । ଆଉ କ୍ଯାମେରା ଲେନ୍ସରେ କଏଦ ହୋଇଥିବା ପକ୍ଷୀଙ୍କ ଫଟୋସବୁକୁ ଏବେ ଲୋକଙ୍କ ଜାଣିବା ପାଇଁ ଇଙ୍କଫେଷ୍ଟ ଅବସରରେ କରିଛନ୍ତି ଫଟୋ ଗାଲେରୀ । ଏସବୁ ପକ୍ଷୀଙ୍କ ସମ୍ପର୍କରେ କବେ ଜାଣିନଥିବା ଲୋକେ ଏବେ ଏହି ଗେଲେରୀୁ ପକ୍ଷୀଙ୍‌କ ସମ୍ପର୍କରେ ଅବଗତ ହେଲାପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ପକ୍ଷୀ ପ୍ରେମୀଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଅବସରପ୍ରାପ୍ତ ଡିଏଫଓ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ।

ବିଦେଶାଗତ ପକ୍ଷୀଙ୍କ ଭୂସ୍ୱର୍ଗ ପାଲଟିଛି ସୁବର୍ଣ୍ଣପୁର । ଆଉ ଏସବୁ ପକ୍ଷୀଙ୍କ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇ ବେଶ ପ୍ରଶାଂସା ସାଉଁଟିଛନ୍ତି ସୁବର୍ଣ୍ଣପୁରର ପକ୍ଷୀପ୍ରେମୀ ।

 

Sonalisa

Recent Posts

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୨୦ଫୁଟ ତଳକୁ ଖସିପଡିଲା ଉଭୟ ଗାଡି

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସକୁ ଧକ୍କା…

3 mins ago

ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଅନେକ ସ୍ଥାନରେ କମିଲା ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

20 mins ago

୧୭ରୁ ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର (କେନ୍ୟୁଜ): ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି ।  ରାଜ୍ୟରେ ୫ ଦିନ ହେବ କାଳବୈଶାଖୀ ।  ଆଗାମୀ ୫…

24 mins ago

ଗଛରେ ପିଟି ହେଲା ବସ୍ , ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ଭଂଜନଗର (କେନ୍ୟୁଜ): ରାସ୍ତାକଡ଼ ଗଛରେ ପିଟି ହେଲା ଯାତ୍ରୀବାହୀ ସରକାରୀ ବସ୍ । ପ୍ରାୟ ୩୦ ରୁ ଊର୍ଦ୍ଧ୍ବ ଯାତ୍ରୀ…

42 mins ago

ରଜରେ ସୁନା କିଣିବାକୁ ଚାହୁଁଥିଲେ ସୁବର୍ଣ୍ଣ ସୁଯୋଗ, ଆଜି କମିଛି ଗହଣା ଦର

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

57 mins ago

ରଙ୍ଗ ସାଇଟରେ ଆସି ଟ୍ରକକୁ ଧକ୍କା ଦେଲା ବାଇକ, ଜଣେ ମୃତ ୨ ଗୁରୁତର

ଭଦ୍ରକ (କେନ୍ୟୁଜ); ରଜରେ ଅଘଟଣ । ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଘଟିଛି…

1 hour ago