ଇଙ୍କ୍ଫେଷ୍ଟ ୨୦୨୩, ଏଠାରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଫଟୋ ହୋଇଛି ଜୀବନ୍ତ
ସୁବର୍ଣ୍ଣପୁର ରୋୟାଲ ପଡିଆରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ଫଟୋ ଗାଲେରୀ। ଇଙ୍କ୍ଫେଷ୍ଟ ୨୦୨୩, ଏଠାରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଫଟୋ ହୋଇଛି ଜୀବନ୍ତ।

ସୁବର୍ଣ୍ଣପୁର(କେନ୍ୟୁଜ୍) : ଗାଲେରୀରେ ଲାଗିଛି ଭଳିକି ଭଳି ପକ୍ଷୀଙ୍କ ଫଟୋ । କମନ ମାର୍ଗନ୍ସର,ରୁଡି ଶେଲଡକ,ରେଡ କ୍ରେଷ୍ଟେଡ ପୋଚାର୍ଡ,ବ୍ଲାକ ବେଲିଡ ଟର୍ନ,ରୋଜି ଷ୍ଟର୍ଲିଙ୍ଗ,ପଲାସ ଗଲ,ବ୍ଲାକ ହେଡେଡ ଗଲ ଆଉ ରିଭର ଲାପବି,ପାରଡାଇଜ ଫ୍ଲଏ କେଚରଙ୍କ ଭଳି ରଂଗ ବେରଂଗର ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଫଟୋ ହୋଇଛି ବେଶ ଜୀବନ୍ତ । ଏହା ସହ ଅନ୍ୟକିଛି ଫଟୋ ବି ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । କେବେ ଦେଖିନଥିବା ଏହିଭଳି ଜାତି ଜାତିକା ପକ୍ଷୀଙ୍କ ଫଟୋ ଦେଖିବାକୁ ଫଟୋ ଗାଲେରୀରେ ଏବେ ଲାଗିଛି ଦର୍ଶକଙ୍କ ଗହଳୀ । ସୁବର୍ଣ୍ଣପୁର ରୋୟାଲ ପଡିଆରେ ଆୟୋଜିତ ଇଙ୍କ୍ଫେଷ୍ଟ ୨୦୨୩ ଅବସରରେ ପ୍ରଥମ ଥର ପାଇଁ ଆୟୋଜିତ ଏହି ଫଟୋ ଗାଲେରୀରେ ଲାଗିଥିବା ଫଟୋ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କନ୍ଦ୍ରବିନ୍ଦୁ ପାଲଟିଛି ।
ଆପଣତ ଜାଣିଛନ୍ତି ଦର୍ଶକବନ୍ଧୁ ସୁବର୍ଣ୍ଣପୁରରେ ରହିଛି ଅନେକ ପ୍ରାକ୍ରୁତିକ ସୌନ୍ଦର୍ଯ୍ଯ ।ତାସାଙ୍ଗକୁ ବିଭିନ୍ନ ଦେବା ଦେବୀଙ୍କ ପୀଠ। ତେବେ ପର୍ଯ୍ୟଟକଙ୍କ ପାଇଁ ସୁବର୍ଣ୍ଣପୁରର ନଦୀ,ନାଳ,ପହାଡ ଓ ଝରଣା ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ତେବେ ଏସବୁ ଭିତରେ କେବଳ ପର୍ଯ୍ୟଟକ ନୁହଁନ୍ତି ଏଠିକାର ମାଟି,ପାଣି ଓ ପବନକୁ ଭଲପାଇ ବସିଛନ୍ତି ଶହ ଶହ ବିଦେଶାଗତ ପକ୍ଷୀ । ବର୍ଷର ବିଭିନ୍ନ ସମୟରେ ଏସବୁ ପକ୍ଷୀ ସୁବର୍ଣ୍ଣପୁରକୁ ଧାଇଁ ଆସୁଥିବାବେଳେ ସେମାନଙ୍କ ଫଟୋକୁ ଏବଂ କାର୍ଯ୍ୟଶୈଳୀକୁ କ୍ଯାମେରା ଲେନ୍ସରେ କଏଦ କରିଛନ୍ତି ସୁବର୍ଣ୍ଣପୁରର କିଛି ପକ୍ଷୀପ୍ରେମୀ । ସୁବର୍ଣ୍ଣପରୁରେ ଆୟୋଜିତ ଇଙ୍କଫେଷ୍ଟ ଅବସରରେ ସେସବୁ ଫଟୋକୁ ପ୍ରଦର୍ଶନକରି ବେଶ ପ୍ରଶଂସା ସଉଁଟିଛନ୍ତି ଏମାନେ।
ସୋନପୁର ଜିଲ୍ଲାରେ ବ୍ୟାପକ ମାତ୍ରାରେ ଭରି ରହିଛି ନଦୀ,ନାଳ ଏବଂ ଜଂଗଲ । ବିଶେଷକରି ମହାନଦୀରେ ଥିବା ଗର୍ଭରେ ଥିବା ପଥର ଓ ବୁଦା ଏମାନଙ୍କ ମିଳନ ପାଇଁ ବେଶ ପ୍ରକୃଷ୍ଟ । ମହନଦୀରୁ ମଧୁର ମାଛଖାଇ ପଥର ଉପରେ ଏମାନେ ଡେଣା ଶୁଖାଇଥାନ୍ତି । ଗତ କିଛିବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାକୁ ଅନେକ ବିଦେଶାଗତ ପକ୍ଷୀଙ୍କ ଆଗମାନ ହେଉଥିବାବେଳେ ଏସବୁ ପକ୍ଷୀଙ୍କୁ କ୍ଯାମେରା ଲେନ୍ସରେ ବାନ୍ଧି ରଖିଛନ୍ତି କିଛି ପକ୍ଷୀପ୍ରେମୀ । ଆଉ କ୍ଯାମେରା ଲେନ୍ସରେ କଏଦ ହୋଇଥିବା ପକ୍ଷୀଙ୍କ ଫଟୋସବୁକୁ ଏବେ ଲୋକଙ୍କ ଜାଣିବା ପାଇଁ ଇଙ୍କଫେଷ୍ଟ ଅବସରରେ କରିଛନ୍ତି ଫଟୋ ଗାଲେରୀ । ଏସବୁ ପକ୍ଷୀଙ୍କ ସମ୍ପର୍କରେ କବେ ଜାଣିନଥିବା ଲୋକେ ଏବେ ଏହି ଗେଲେରୀୁ ପକ୍ଷୀଙ୍କ ସମ୍ପର୍କରେ ଅବଗତ ହେଲାପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ପକ୍ଷୀ ପ୍ରେମୀଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ଅବସରପ୍ରାପ୍ତ ଡିଏଫଓ ଏବଂ ସୁବର୍ଣ୍ଣପୁର ଜିଲ୍ଲାପାଳ ।
ବିଦେଶାଗତ ପକ୍ଷୀଙ୍କ ଭୂସ୍ୱର୍ଗ ପାଲଟିଛି ସୁବର୍ଣ୍ଣପୁର । ଆଉ ଏସବୁ ପକ୍ଷୀଙ୍କ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇ ବେଶ ପ୍ରଶାଂସା ସାଉଁଟିଛନ୍ତି ସୁବର୍ଣ୍ଣପୁରର ପକ୍ଷୀପ୍ରେମୀ ।