ଜମିବାଡି ବିବାଦରୁ ଗଲା ସ୍ୱାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ସାମାନ୍ୟ ଜମିବାଡି ବିବାଦକୁ ନେଇ ଗଡିଲା ଜଣଙ୍କ ମୁଣ୍ଡ । ମୃତକ ହେଲେ ନବିନା ସାହୁ । ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ।

ଅନୁଗୁଳ (କେନ୍ୟୁଜ): ଅନୁଗୁଳ ବଡ଼ହିଂସର ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ଜମିବାଡି ବିବାଦକୁ ନେଇ ଗଡିଲା ଜଣଙ୍କ ମୁଣ୍ଡ । ମୃତକ ହେଲେ ନବିନା ସାହୁ । ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ।

ସୂଚନା ଅନୁସାରେ ବଡ଼ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ , ହଣାକଟା । ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ଦୀର୍ଘ ଦିନ ହେବ ଜମି ବାଡ଼ିକୁ ନେଇ ନବିନା ସାହୁ ଓ ବାପି ସାହୁ ପରିବାରଙ୍କ ମଧ୍ୟରେ ଝଗଡା ଲାଗି ଆସୁଥିଲା। ଆଜି ସକାଳୁ ବାପି ସାହୁ ଯୁକ୍ତିତର୍କ ମଧ୍ୟରେ ଏକ ଟାଙ୍ଗିଆ ଆଣି ନବିନା ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ରେ ନବିନା ସାହୁ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ଓ ସ୍ତ୍ରୀ ଗୁରୁତର ଭାବରେ ଅନୁଗୁଳ ମୁଖ୍ୟ ଚିକିତ୍ସାଲୟରେ ଭର୍ତି ହୋଇଛନ୍ତି।


 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.