Below header

ମା’ଭଦ୍ରକାଳୀଙ୍କ ପ୍ରସିଦ୍ଧ ଘୋଡା ମେଳଣ, ଦୁଇ ଶହ ବର୍ଷର ପରମ୍ପରା

ଚୈତ୍ର ଏବଂ ବୈଶାଖ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘୋଡା ନାଚ ଓ ଘୋଡା ମେଳଣ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କ ପୀଠରେ ଐତିହାସିକ ଘୋଡା ମେଳଣର ରହିଛି ଭିନ୍ନ ଏକ ସ୍ୱତନ୍ତ୍ରତା ।

ଭଦ୍ରକ(କେନ୍ୟୁଜ ): ଚୈତ୍ର ଏବଂ ବୈଶାଖ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘୋଡା ନାଚ ଓ ଘୋଡା ମେଳଣ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଐତିହାସିକ ଘୋଡା ମେଳଣର ରହିଛି ଭିନ୍ନ ଏକ ସ୍ୱତନ୍ତ୍ରତା । ଯାହା ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଛି । ଏହି ମେଳଣର ଯେତିକି ରହିଛି ସ୍ୱତନ୍ତ୍ରତା ତା ଠାରୁ ଅଧିକ ରହିଛି ଆକର୍ଷଣ । ଏହି ପ୍ରସିଦ୍ଧ ଘୋଡା ମେଳଣ ଦୀର୍ଘ ୨ଶହ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି ଯେ ତାହା ଏଯାଏ ବି ବନ୍ଦ ହୋଇ ନାହିଁ । କୈବର୍ତ୍ତ ସମାଜର ଲୋକ ମାନେ ଏହି ଘୋଡା ମେଳଣ କରିଥାନ୍ତି । ତେବେ ମା’ ଭଦ୍ରକାଳୀଙ୍କ ପୀଠ ଚଳିତ ବର୍ଷ ବି ଏହି ଘୋଡା ମେଳଣ ଅନୁଷ୍ଠିତ ହୋଇଥିଲା ।

ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଚଳିତ ବର୍ଷ ବେଶ ଧୂମଧାମରେ ପାଳନ ହୋଇଯାଇଛି ପ୍ରସିଦ୍ଧ ଘୋଡା ମେଳଣ ଉତ୍ସବ । ମା ଭଦ୍ରକାଳୀଙ୍କ ପୀଠକୁ ଲାଗି ରହିଥିବା ଆହାର ପଦା ,ବେଲଦା ,ଶୁଶୁଆ, ବେଲଦା , ଗୁଆମାଳ, ତାଳପଦା, ଗୋପ,ଗଦାଧର ପୁର ଅଂଚଳ ରୁ ୮ଟି ଘୋଡା ନାଚ ଦଳ ନିଜ ନିଜ ଗ୍ରାମରୁ ଘୋଡା ନାଚ ବାହାର କରି ବାଜା, ମହୁରୀ  ବଜାଇବା ସହ ଡିଜେ ବଜାଇ ପ୍ରୋସେସନ କରି ମା ଭଦ୍ରକାଳୀଙ୍କ ପୀଠକୁ ଆସିଥିଲେ । ଯାହା ଏହି ମେଳଣର ଭିନ୍ନ ଏକ ବିଶେଷତ୍ୱ ।

କୈବର୍ତ୍ତ ମାନଙ୍କର ଆରାଧ୍ୟ ଠାକୁରାଣୀ ହେଉଛନ୍ତି ମା’ ବାସୁଳି । ତେବେ ମା’ ବାସୁଳିଙ୍କ ଭଉଣୀ ମା’ ଭଦ୍ରକାଳୀ ବୋଲି ସେମାନଙ୍କ ବିଶ୍ୱାସ ରହିଛ । ତେଣୁ ମା’ ବାସୁଳିଙ୍କୁ ପୂଜା ଅର୍ଚନା କରି ନାଚ, ଗୀତ,ବାଦ୍ୟ ବଜାଇ ପ୍ରୋସେସନରେ ଘୋଡା ନାଚ କରି ମାଆ ଭଦ୍ରକାଳୀଙ୍କ ପୀଠକୁ ଅଣାଯାଇଥିଲ। । ଏହି ଦିନ ମା ଭଦ୍ରକାଳୀ ମଙ୍ଗଳା ବେଶରେ ଦର୍ଶନ ଦେଇଥାନ୍ତି । ତେବେ ଏଠାରେ ଦୁଇ ଦିନ ଧରି ପୂଜା ଅର୍ଚ୍ଚନା କରି ପୁଣି ନିଜ ଜାଗାକୁ ଫେରିଯାଇଥିଲେ । ତେଣୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଘୋଡା ମେଳଣ ବା ଘୋଡା ନାଚ ଅନୁଷ୍ଠିତ ହୋଇଥିବାରୁ କୈବର୍ତ୍ତ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହି ମେଳଣକୁ ଦେଖିବାକୁ ଆସୁଥିବା ଦର୍ଶକ ମନେ ମଧ୍ୟ ବେଶ ଖୁସି ଥିଲେ ।

maa kali maa

ସେହିପରି ଏହି ଘୋଡା ମେଳଣ କୁ ଅଧିକ ଆକର୍ଷଣ କରିବା ପାଇଁ ଏଠାରେ ଆୟୋଜକ ମାନେ ମନରଞ୍ଜନ ପାଇଁ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି ମେଳଣକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳ ସମେତ ଜିଲ୍ଲାର କୌଣ ଅନୁକୋଣରୁ ହଜାର ହଜାର ଲୋକମାନେ ଆସିଥିଲେ । କେବେଳ ଲୋକମାନେ ନୁହନ୍ତି ଏଠାରେ ବିଭିନ୍ନ ଆଡୁ ଦୋକାନୀ ମାନେ ଆସି ପ୍ରସରା ମେଲାଇ ଥିଲେ ।

ଦୁଇ ଦିନ ଧରି ଏହି ଘୋଡା ମେଳଣ ବା ଘୋଡା ନାଚ ଚାଲିଥିଲା.ଲୋକମାନେ ଏହି ଘୋଡା ମେଳଣ ଦେଖିବା ସହ ଘରୋଇ ଜିନିଷ କିଣା କିଣି କରି ଘରକୁ ନେଇଥାନ୍ତି । ଲୋକମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲା । ତେବେ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ଘୋଡା ମେଳଣ ଉତ୍ସବ ଭଦ୍ରକ ଜିଲ୍ଲାର ପରମ୍ପରା ଓ ସଂସ୍କୃତି ସହିତ ଜଡିତ ହୋଇ ଏକ ନିଆରା ନିଦର୍ଶନ ସୃଷ୍ଟି କରି ପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.