ରାଜ୍ୟ

ଆସନ୍ତାକାଲି ବିଶ୍ୱ ଏଡସ୍‌ ଦିବସ, ସଚେତନତା ପାଇଁ ବେଳାଭୂମିରେ ଅଭିନବ ପ୍ରୟାସ

କେନ୍ୟୁଜ୍‌: ବିଶ୍ୱ ଏଡସ୍‌ ଦିବସର ଅବ୍ୟବହିତ ପୂର୍ବରୁ ଏଚ.ଆଇ.ଭି/ ଏଡସ୍‌ ନିୟନ୍ତ୍ରଣ କ୍ଷେତ୍ରରେ ସହଭାଗୀ ହୋଇ ଦାୟିତ୍ୱ ନିର୍ବହନ କରିବା ପାଇଁ ବାଲୁକା କଳା ଜରିଆରେ ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି (ଓସାକ୍ସ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସମେତ ପୁରୀ ବେଳାଭୂମିରେ ସଚେତନତାର ଅଭିନବ ପ୍ରୟାସ କରାଯାଇଛି। ଆଗାମୀ ୨୦୩୦ ସୁଦ୍ଧା ଏଡସ୍‌ ସଂକ୍ରମଣରେ ମୂଳୋତ୍ପାଟନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଓସାକ୍ସ ଅବିରତ କାର୍ଯ୍ୟ ଜାରି ରଖିଛି। ଡିସେମ୍ବର ୧ ତାରିଖକୁ ସାରା ପୃଥିବୀରେ ବିଶ୍ୱ ଏଡସ୍‌ ଦିବସ ରୂପେ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ଏଡସ୍‌ ଦିବସର ଅନୁଚିନ୍ତା ରହିଛି-‘ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’।

ଅନ୍ୟପଟେ ଭୁବନେଶ୍ୱରଠାରେ ଷ୍ଟେଟ ବ୍ୟାଙ୍କ ସହଯୋଗରେ ସୁବଳ ମହାରଣା ଓ ପୁରୀଠାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ ବାଲୁକା କଳା ଜରିଆରେ ସଚେତନତାର ବାର୍ତ୍ତା ଦିଆଯିବାର ପ୍ରଚେଷ୍ଟା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏଡ୍‌ସର ସ୍ଥାୟୀ ନିରାକରଣ ପାଇଁ ଔଷଧ ନଥିବା ବେଳେ ସଚେତନତା ଓ ସଂଯମପୂର୍ଣ୍ଣ ଆଚରଣ ଦ୍ୱାରା ଏହାକୁ ରୋକାଯାଇ ପାରିବ। ଓସାକ୍‌ସର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ମାଗଣାରେ ଉପଲବ୍‌ଧ ସ୍ୱାସ୍ଥ୍ୟସେବା ଏବଂ ଘୃଣା ଭେଦଭାବ ବିହୀନ ସହାୟତା ଦ୍ୱାରା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିଛି।

କେବଳ ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ଅବଧି ବୃଦ୍ଧି କରିବା ପାଇଁ ଏଆରଟି ଔଷଧ ସେବା ରାଜ୍ୟର ୧୫ଟି ଏଆରଟି ଓ ୧୯ଟି ସଂଯୋଜିତ କେନ୍ଦ୍ରରେ ଯୋଗାଇ ଦିଆଯାଉଛି। ଏଆରଟି ଔଷଧ ସହ ସଂକ୍ରମଣର ଚିକିତ୍ସା ଓ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସରକାରଙ୍କ ତରଫରୁ ମାଗଣାରେ ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ୫୨ହଜାର ୬୭ଜଣ ସଂକ୍ରମିତ ବ୍ୟକ୍ତି ପଞ୍ଜିକୃତ ହୋଇଛନ୍ତି ଓ ବିନା ମୂଲ୍ୟରେ ପରାମର୍ଶ, ପରୀକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

20 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

39 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

47 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago