ରାଜ୍ୟ

ହେନ୍ତାଳବଣରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ, କୃତିମ ବସା ବାନ୍ଧି ନୂଆ ଅତିଥିଙ୍କୁ କରାଯାଇଛି ଅପେକ୍ଷା

ମହାକାଳପଡ଼ା : ପରିବେଶ ସୁରକ୍ଷା ପାଇଁ ହେନ୍ତାଳବଣରେ କୃତିମ ବସା ବାନ୍ଧି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସରେ ନୂଆବର୍ଷ ପାଳନ କଲେ ପରିବେଶବିତ୍ ,ସାମ୍ବାଦିକ ଓ ବୃଦ୍ଧିଜିବୀ । କେନ୍ଦ୍ରାପଡ଼ା ଜିଲ୍ଲା ସମୁଦ୍ର ଉପକୂଳବର୍ତୀ ବିସ୍ତିର୍ଣ୍ଣ ହେନ୍ତାଳବଣ  ଆଜି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ରକ୍ଷା ଦେଇଛି । ମାତ୍ର ଜଳବାୟୁ ପରିବର୍ତନ ଯୋଗୁଁ ଏହାର ସିଧା ପ୍ରଭାବ ପ୍ରାକୃତିକ ପରିବେଶକୁ ଧ୍ୱଂସାଭିମୂଖ ଆଡ଼କୁ ଟାଣି ନେଉଛି।

ତେବେ କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳବତୀ ତ୍ରୀକୋଣ ଭୂମିର ମହାକାଳପଡ଼ା ବନାଂଚଳରେ ବିସ୍ତିର୍ଣ୍ଣ ହେନ୍ତାଳ ଜଙ୍ଗଲରେ ଶୀତ ଋତୁର ଆରମ୍ଭରୁ  ପ୍ରତିବର୍ଷ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଦେଶୀ ବଦେଶୀ ପକ୍ଷୀଙ୍କୁ ବନ୍ଧୁ ଭାବି ନିଜର ସେବା ବୃତି ନେଇ ସେମାନଙ୍କ ଆଗମନକୁ ଅତିଥି ଭାବେ ସ୍ୱାଗତ କରିବାକୁ କୃତିମ ବସା ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି ।

ମହାକାଳପଡ଼ା ଅଂଚଳର ଯୁବ ସାମ୍ବାଦିକ ଏବଂ ପରିବେଶ ପ୍ରେମୀମାନେ ପଟିଲ କାର୍ଟୁନ ମଧ୍ୟରେ ନଡ଼ିଆ କତା ,ଘାସ ଓ କୁଟାକାଠି ଭରି ନଦୀ କୂଳ ମାନଙ୍କରେ ଦଣ୍ଡାୟମାନ ହେନ୍ତାଳ ଜଙ୍ଗଲରେ ଥିବା ଗଛ ଗୁଡ଼ିକରେ କୃତିମ ବସା ବାନ୍ଧିଛନ୍ତି । ଏବଂ ଆଶା ରଖିଛନ୍ତି ନୂଆ ବର୍ଷରେ ନୂଆ ଅତିଥିଙ୍କ ଆଗମନକୁ ସ୍ୱାଗତ କରିବା ସହ ପରିବେଶ ସନ୍ତୁଳନର ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି । ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେବା ସହ ପ୍ରତ୍ୟେକ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ପରିବେଶବିତ୍ ଏବଂ ସାମ୍ବାଦିକ ମାନଙ୍କ ନୂତନ ବର୍ଷରେ ଏଭଳି ଅଭିଯାନକୁ ଅଂଚଳ ତରଫରୁ ସ୍ୱାଗତ କରାଯାଇଛି ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago