Below header

ହେନ୍ତାଳବଣରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ, କୃତିମ ବସା ବାନ୍ଧି ନୂଆ ଅତିଥିଙ୍କୁ କରାଯାଇଛି ଅପେକ୍ଷା

ମହାକାଳପଡ଼ା : ପରିବେଶ ସୁରକ୍ଷା ପାଇଁ ହେନ୍ତାଳବଣରେ କୃତିମ ବସା ବାନ୍ଧି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସରେ ନୂଆବର୍ଷ ପାଳନ କଲେ ପରିବେଶବିତ୍ ,ସାମ୍ବାଦିକ ଓ ବୃଦ୍ଧିଜିବୀ । କେନ୍ଦ୍ରାପଡ଼ା ଜିଲ୍ଲା ସମୁଦ୍ର ଉପକୂଳବର୍ତୀ ବିସ୍ତିର୍ଣ୍ଣ ହେନ୍ତାଳବଣ  ଆଜି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ରକ୍ଷା ଦେଇଛି । ମାତ୍ର ଜଳବାୟୁ ପରିବର୍ତନ ଯୋଗୁଁ ଏହାର ସିଧା ପ୍ରଭାବ ପ୍ରାକୃତିକ ପରିବେଶକୁ ଧ୍ୱଂସାଭିମୂଖ ଆଡ଼କୁ ଟାଣି ନେଉଛି।

netତେବେ କେନ୍ଦ୍ରାପଡ଼ା ଜିଲ୍ଲା ଉପକୂଳବତୀ ତ୍ରୀକୋଣ ଭୂମିର ମହାକାଳପଡ଼ା ବନାଂଚଳରେ ବିସ୍ତିର୍ଣ୍ଣ ହେନ୍ତାଳ ଜଙ୍ଗଲରେ ଶୀତ ଋତୁର ଆରମ୍ଭରୁ  ପ୍ରତିବର୍ଷ ଦେଶୀ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଦେଶୀ ବଦେଶୀ ପକ୍ଷୀଙ୍କୁ ବନ୍ଧୁ ଭାବି ନିଜର ସେବା ବୃତି ନେଇ ସେମାନଙ୍କ ଆଗମନକୁ ଅତିଥି ଭାବେ ସ୍ୱାଗତ କରିବାକୁ କୃତିମ ବସା ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି ।

bird houseମହାକାଳପଡ଼ା ଅଂଚଳର ଯୁବ ସାମ୍ବାଦିକ ଏବଂ ପରିବେଶ ପ୍ରେମୀମାନେ ପଟିଲ କାର୍ଟୁନ ମଧ୍ୟରେ ନଡ଼ିଆ କତା ,ଘାସ ଓ କୁଟାକାଠି ଭରି ନଦୀ କୂଳ ମାନଙ୍କରେ ଦଣ୍ଡାୟମାନ ହେନ୍ତାଳ ଜଙ୍ଗଲରେ ଥିବା ଗଛ ଗୁଡ଼ିକରେ କୃତିମ ବସା ବାନ୍ଧିଛନ୍ତି । ଏବଂ ଆଶା ରଖିଛନ୍ତି ନୂଆ ବର୍ଷରେ ନୂଆ ଅତିଥିଙ୍କ ଆଗମନକୁ ସ୍ୱାଗତ କରିବା ସହ ପରିବେଶ ସନ୍ତୁଳନର ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି । ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେବା ସହ ପ୍ରତ୍ୟେକ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ପରିବେଶବିତ୍ ଏବଂ ସାମ୍ବାଦିକ ମାନଙ୍କ ନୂତନ ବର୍ଷରେ ଏଭଳି ଅଭିଯାନକୁ ଅଂଚଳ ତରଫରୁ ସ୍ୱାଗତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.