Below header

ଗୀତର ତାଳେ ତାଳେ ନାଚି ଉଠୁଛି ମଇଁଷି, ମାନୁଛି ମାଲିକାଣିଙ୍କ ଇସାରା

ମଣିଷ-ପଶୁ ମଧ୍ୟରେ ନିବିଡ଼ତା କାହିଁ କେଉଁ କାଳରୁ ଚାଲି ଆସିଛି । ଯଦି ପ୍ରେମ ମିଳେ ପଶୁ ବି ମଣିଷର ସବୁଠୁ ଭଲ ସାଙ୍ଗ ପାଲଟି ଯାଇପାରେ । ଏମିତି ହିଁ ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଏହାକୁ ଯିଏ ଦେଖିବ ନ ହସି ରହିପାରିବ ନାହିଁ । ଜଣେ ମହିଳା ଗାଉ ଥିବା ଗୀତର ତାଳେ ତାଳେ ମଇଁଷି ଟିଏ ନାଚୁଥିବାର ଭିଡିଓକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଭିନ୍ନ ସୋସିଆଲ ମିଡ଼ିଆମାନଙ୍କରେ ବି ଏହି ମଜାଦାର ଭିଡିଓଟି ଖୁବ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଆପଣ ଦେଖିଲେ ଜାଣିପାରିବେ, ମହିଳା ଜଣଙ୍କ ତାଙ୍କ ମଇଁଷିଟିକୁ ନାଚିବା ପାଇଁ ବାରମ୍ବାର ଇସାରା କରୁଛନ୍ତି ।

ଆଉ ମାଲିକାଣିଙ୍କ ଠାରୁ ଇସାରା ପାଇବା ପରେ ମଇଁଷିଟି ମଧ୍ୟ ଗୀତର ତାଳେ ତାଳେ ଝୁମିବାକୁ ଲାଗୁଛି । ଟିକିଏ ଧ୍ୟାନ ଦେଇ ଶୁଣିବେ ତ ଜାଣିପାରିବେ ମହିଳା ଜଣଙ୍କ “ଢ଼ୋଲକ ବଜାଇ” ଗୀତ ଗାଉଥିବା ବେଳେ ଏହି ଗୀତ ଶୁଣି ଆନନ୍ଦ ମନରେ ନାଚି ଉଠୁଛି ତାଙ୍କ ପ୍ରିୟ ମଇଁଷିଟି । ଆଉ ସେ ଏମିତି ନାଚୁଛିଯେ ତା ଉପରେ ଘୋଡା ଯାଇଥିବା ବ୍ଳାଙ୍କେଟଟି ମଧ୍ୟ ଓଲଟି ଖସି ପଡୁଛି । କିନ୍ତୁ ତଥାପି ମଇଁଷି ଟିର ମନ ବୁଝୁନିକି ସେ ନାଚିବା ବି ଛାଡ଼ୁନି । ଏଥିରୁ ଜଣେ ମଣିଷ ଓ ପଶୁ ମଧ୍ୟର ସମ୍ପର୍କ କେତେ ନିବିଡ ହୋଇପାରେ ତାହା ସ୍ପଷ୍ଟ ହେଉଛି । ଆଉ ଏହି ଦୃଶ୍ୟର ଭରପୁର ମଜା ନେଉଛନ୍ତି ଆଖପାଖର ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.