ଏବେ କେବଳ ଭାରତ ନୁହେଁ, ଦୁବାଇ ଯିବ ଧୋନୀଙ୍କ ଫାର୍ମ ହାଉସ ପରିବା, ଜାଣନ୍ତୁ ପୁରା ମାମଲା

ଇଣ୍ଟରନ୍ଯାସନାଲ କ୍ରିକେଟରୁ ଅବସର ନେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ପରିବାର ସହ ଅଧିକ ସମୟ କାଟୁଛନ୍ତି। ସମୟ ଅତିବାହିତ ପାଇଁ ସେ ନିଜ ଫାର୍ମ ହାଉସରେ ପନିପରିବା ଚାଷ ମଧ୍ୟ କରୁଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ଫାର୍ମ ହାଉସରୁ ଉତ୍ପନ୍ନ ପନିପରିବା ରାଞ୍ଚିରେ ମାର୍କେଟରେ ବିକ୍ରି ହେଉଥିଲା। କେବଳ ରାଞ୍ଚି ନୁହେଁ ଏବେ ଏହି ପରିବାକୁ ଦୁବାଇ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ଝାଡଖଣ୍ଡ କୃଷି ବିଭାଗ ଧୋନୀଙ୍କ ପରିବାକୁ ବିଦେଶ ପଠାଇବା ପାଇଁ ଦାୟିତ୍ୱ ନେଇଛି ।

ଅଲ୍ ସିଜିନ୍ ଫାର୍ମ ଫ୍ରେସ୍ ଏଜେନ୍ସି ଧୋନୀଙ୍କ ପରିବାକୁ ବିଦେଶରେ ବିକ୍ରି କରିବ । ଏହା ସେହି ଏଜେନ୍ସି ଯାହା ସାହାଯ୍ୟରେ କୃଷି ବିଭାଗ ପରିବାକୁ ରପ୍ତାନୀ କରିବ । ବଜାର ସମିତିର ସଚିବ ଅଭିଷେକ ଆନନ୍ଦ କହିଛନ୍ତି ଯେ, ସରକାର ନୂଆ ପ୍ରକଳ୍ପ ହିସାବରେ କାମ କରୁଛନ୍ତି । ତାଙ୍କ ପରିବା ସହ ଝାଡଖଣ୍ଡ ନାଁ ଯୋଡିହେଲେ ଏହା କୃଷକଙ୍କୁ ଫାଇଦା ଦେବ । ଆହୁରି ଅନେକ ଏଜେନ୍ସି ଧୋନୀଙ୍କ ପରିବାକୁ ଅନ୍ୟ ଦେଶରେ ବିକ୍ରି କରିବା ପାଇଁ ଆଗକୁ ଆସିଛନ୍ତି ।

dhoni farming

ସୂଚନାଯୋଗ୍ୟ, ଧୋନୀଙ୍କ ଫାର୍ମ ହାଉସ୍ ରିଙ୍ଗ୍ ରୋଡ୍ ସେମ୍ବୋ ଗାଁରେ ଅବସ୍ଥିତ । ୫୫ ଏକର ବିଶିଷ୍ଟ ଏହି ଫାର୍ମ ହାଉସରେ ୧୦ ଏକରରେ ଷ୍ଟ୍ରବେରୀ, କୋବି, ଟମାଟୋ, ବ୍ରୋକଲୀ, ମଟର, ଅମୃତଭଣ୍ଡା ଆଦି ଚାଷ ହେଉଛି । ଧୋନୀଙ୍କ ଫାର୍ମ ହାଉସର କୋବି, ଟମାଟୋ, ମଟରର ରାଞ୍ଚି ବଜାରରେ ଚାହିଦା ଅଧିକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.