ଆରମ୍ଭ ହୋଇଯାଇଛି Mi 11ର ପ୍ରଥମ ସେଲ, ମିଳିବ ଦମଦାର କ୍ୟାମେରା ସହ ଏହି ସବୁ ଲାଟେଷ୍ଟ ସୁବିଧା

ଚୀନର ଲୋକପ୍ରିୟ ସ୍ମାର୍ଟଫୋନ କମ୍ପାନୀ Xiaomi ନିଜ ଫ୍ଲାଗସିପ ମୋବାଇଲ Mi 11 ଲଞ୍ଚ କରିଥିବା ବେଳେ ବଜାରରେ ବି ଏହି ବ୍ରାଣ୍ଡ ଖୁବ ଛାୟୀ ଯାଇଛି । କିଛି ଦିନ ତଳେ Mi 11ର 8GB RAM + 128 GB ଷ୍ଟୋରେଜ ବ୍ୟାରିୟାଣ୍ଟକୁ ଗ୍ରାହକମାନେ ୪୫ ହଜାର ଟଙ୍କାରେ ଗ୍ରାହକମାନେ କିଣି ପାରିବେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଫୋନର ପ୍ରଥମ ସେଲରେ ମାତ୍ର ୫ ମିନିଟରେ ୩ ଲକ୍ଷ ୫୦ ହଜାର ୟୁନିଟ ବିକ୍ରି ହୋଇଥିବା ନେଇ ଜଣାଯାଇଛି | ଯାହାର ମୂଲ୍ୟ ପାଖାପାଖି ୧୬୭୮ କୋଟି ଟଙ୍କା ହେବ । ଯେବେକି ପ୍ରଥମ ୭ ଘଣ୍ଟା ସେଲରେ ଏହି ଫୋନର ୮ ଲକ୍ଷ ୫୪ ହଜାର ୟୁନିଟ ବିକ୍ରି ହୋଇଛି । କହିରଖିବା ଉଚିତ ହେବକି, Mi 11କୁ ପ୍ରଥମେ ଚିନରେ ଲଞ୍ଚ କରାଯାଇଥିବା ବେଳେ ଶୁକ୍ରବାର ରାତି ୧୨ ଟାରେ ପ୍ରଥମ ବିକ୍ରି ଆରମ୍ଭ ହୋଇଛି ।

ଗତ କିଛି ଦିନ ତଳେ ସାଓମୀ ଚୀନ ବଜାରରେ ନିଜ ଫ୍ଲାଗସିପ ସ୍ମାର୍ଟଫୋନ ଲଞ୍ଚ କରିଥିଲା । ଯାହାର 8GB RAM + 128 GB ଷ୍ଟୋରେଜ ଭେରିୟାଣ୍ଟର ମୂଲ୍ୟ ୪୮ ହଜାର ୩୦୦ ଟଙ୍କା ଓ 12GB RAM + 256 GB ଷ୍ଟୋରେଜ ଭେରିୟାଣ୍ଟର ମୂଲ୍ୟ ପାଖାପାଖି ୫୨ହଜାର ୮୦୦ ଟଙ୍କା ହେବ ।

ସୂଚନା ଦେବା ଯୋଗ୍ୟକି, ଏହାକୁ horizon blue, frost white, Midnight gray କଲର ଅପସନ ସହ ବଜାରରେ ଲଞ୍ଚ କରାଯାଇଛି । ଏହାର ସ୍କ୍ରିନ ୬.୮୧ ଇଞ୍ଚର ହୋଇଥିବା ବେଳେ ସ୍କ୍ରିନ ରିଜୋଲୁସନ 1440 X 3200 ପିକସଲ ପର୍ଯ୍ୟନ୍ତ ରହିଛି । ଏଥିରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଥିବା ବେଳେ 108 ମେଗାପିକସଲର ପ୍ରାଇମେରୀ କ୍ୟାମେରା ସୁବିଧା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.