ବାଲୁଗାଁ(କେନ୍ୟୁଜ୍): ୧୯୯୯ ମସିହା ଜୁଲାଇ ୨୬ ତାରିଖ ଭାରତ ପାଇଁ ଏକ ଅବିସ୍ମରଣୀୟ ଦିବସ। କାରଣ ଏହି ଦିନ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ହୋଇ କାର୍ଗିଲ ଘାଟିରେ ବିଜୟ ବାନା ଉଡାଇଥିଲା। ଆଉ ଏହି ଯୁଦ୍ଧରେ ସହିଦ ହୋଇଥିବା ସୈନିକମାନଙ୍କ ସ୍ମ୍୍ତି ଉଦେଶ୍ୟରେ ଭାରତୀୟ ନୌସେନା ଚିଲିକା ବେସ୍ ତରଫରୁ କାର୍ଗିଲ ସହିଦ ସପ୍ତାହ ସମାରୋହରେ ପାଳିତ ହୋଇଛି। INS ଚିଲିକାର କମାଣ୍ଡର ଋତୁରାଜ ସାହୁଙ୍କ ତତ୍ତ୍ବାବଧାନରେ ଏକ ବିରାଟ ସାଇକେଲ ଶୋଭାଯାତ୍ରା ଚିଲିକାରୁ ବାହାରି ବାଣପୁର ନେହରୁ ସେବାଶ୍ରମରେ ପହଞ୍ଚିଥିଲା। ଏହାପରେ ନୌବାହିନିରେ ଯୁବଗୋଷ୍ଠୀଙ୍କ ପାଇଁ କି ପପ୍ରକାର ବ୍ୟବସ୍ଥା କରାଯାଇଛି ସେ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଇଣ୍ଡିଆନ ନ୍ୟାଭି ବ୍ୟାଣ୍ଡ କନସେପ୍ଟ ମାଧ୍ୟମରେ ଜାତିୟତା ବୋଧର ବିଭିନ୍ନ ସଂଗୀତ ପରିବେଷଣ କରାଯାଇଥିଲା। ଶେଷରେ ନୌସେନାରେ ଯୋଗ ଦେବା ପାଇଁ ଯୁବଗୋଷ୍ଠୀ ଆଗେଇ ଆସିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ଦୁରତାକୁ ଦୂର କରିବା ପାଇଁ ନୌସେନା କମାଣ୍ଡର ତାଙ୍କ ବକ୍ତବ୍ୟରେ କହିଥିଲେ।
ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…
ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…
ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…
ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…
ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…
କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…