ରାଜ୍ୟ

ସରକାରୀ ଅର୍ଥ ଅନିୟମିତତା ଘଟଣା: ପୂର୍ବତନ ବିଡିଓ ସମେତ ୪ ସରକାରୀ କର୍ମଚାରୀଙ୍କୁ ୩ବର୍ଷ ଲେଖାଏଁ ଦଣ୍ଡ

ମୟୁରଭଞ୍ଜ (କେନ୍ୟୁଜ୍): ବାରିପଦା ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ସରକାରୀ ଅର୍ଥ ଅନିୟମିତତା ଘଟଣାରେ ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା ଶୁକ୍ରବାର ରାୟ ପ୍ରକାଶ କରିଛନ୍ତି। ଘଟଣାରେ ବଡ଼ସାହିର ପୂର୍ବତନ ବିଡ଼ିଓ ସମେତ ୪ଜଣ ସରକାରୀ କର୍ମଚାରୀଙ୍କୁ ଦୋଷୀ ସାବସ୍ତ୍ୟ କରି ଦଣ୍ଡାଦେଶ ଶୁଣାଣି କରିଛନ୍ତି । ସମସ୍ତଙ୍କୁ ୩ବର୍ଷ ଲେଖାଏଁ କାରାଦଣ୍ଡ ଆଦେଶ ଦେବା ସହିତ ୧୫ହଜାର ଟଙ୍କା ଲେଖାଏଁ ଜରିମାନା, ଅନାଦେୟ ଅଧିକ ୨ମାସ ଲେଖାଏଁ ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକର ତତକାଳୀନ (ବର୍ତ୍ତମାନ ଅବସପ୍ରାପ୍ତ) ବିଡ଼ିଓ ଭଗବାନ ବେହେରା, ବରିଷ୍ଠ ବିରାଣୀ ଶ୍ରୀନାଥ ମୁର୍ମୁ(ବର୍ତ୍ତମାନ ସାରସକଣା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ), ପୂର୍ବତନ ବାରିପଦା ଅଡିଟ କାର୍ଯ୍ୟାଳୟର ଅଡିଟରର (ବର୍ତ୍ତମାନ ଅବସରପ୍ରାପ୍ତ) ଗୋପାଳ ଚନ୍ଦ୍ର ମହାଳିକ ଓ ଜିଲ୍ଲାପରିଷଦର ତତକାଳୀନ ବରିଷ୍ଠ କିରାଣୀ (ବର୍ତ୍ତମାନ ଅବସରପ୍ରାପ୍ତ) ତାପସ ରଞ୍ଜନ ମହାନ୍ତିଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରିଛନ୍ତି । ୪ଜଣ ମିଳିତ ଭାବେ ୪ଲକ୍ଷ ୭ହଜାର ୭୦୦ଟଙ୍କା ସରକାରୀ ଅର୍ଥ ଅନିୟମିତତାରେ ଜଡିତ ଥିବା ନେଇ ସାକ୍ଷ୍ୟ ପ୍ରମାଣ, ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ୍‍ ଉପରୋକ୍ତ ଶୁଣାଣି କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ ସରକାରୀ ଆଇନଜୀବୀ ଶାନ୍ତନୁ କୁମାର ଦାସ ପରିଚାଳନା କରୁଥିଲେ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

13 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago