ରାଜ୍ୟ

ହାଜତରେ ୪ ଗଞ୍ଜା : ଖାଇବା ପିଇବାରେ ପୋଲିସ ଖର୍ଚ୍ଚ କଲାଣି ୫ ହଜାର

ସୋର (କେନ୍ୟୁଜ): ବେଆଇନ ଗଞ୍ଜା ଲଢ଼େଇ ଚାଲିଥିଲା ବେଳେ ପୋଲିସ ଅଚାନକ ଚଢ଼ାଉ। ଆଜକୁ ୪ ଦିନ ବିତିଲା ୪ ଗଞ୍ଜା ଥାନାରେ ଅଟକ। ଗଞ୍ଜା ଲଢେଇରୁ ଉଦ୍ଧାର ହୋଇଥିବା ୪ ଗଞ୍ଜା ଲଢେଇ ପାଇଁ ଆସିଥିବାର ପ୍ରମାଣିତ ହେଲେ ୫ ହଜାର ଟଙ୍କା ଫାଇନ ହେବ। ହେଲେ ପୋଲିସ ଏହି ମାମଲାରେ ହାଜତରେ ଅଟକ ଥିବା ଗଞ୍ଜା ପାଇଁ ୫ ହଜାର ଟଙ୍କା ଖର୍ଚ୍ଚ କଲାଣି। ପୋଲିସ ପ୍ରମାଣ ପାଇଁ ଗତ ଚାରିଦିନ ଧରି ଚାରି ଗଞ୍ଜାଙ୍କୁ ଥାନାରେ ଅଟକ ରଖି ଖାଇବା ପିଇବା ସହିତ ମେଡିକାଲ ଟ୍ରିଟମେଣ୍ଟ କରୁଛି । ହେଲେ ଗଞ୍ଜାଙ୍କୁ ମିଳୁନି ବୁଲିବାର ସ୍ୱାଧୀନତା।

ଗତ ଡିସେମ୍ବର ୨୫ ବଡ଼ ଦିନ ଲଢେଇରେ ଜୀବନ ହାରି ଲୋକଙ୍କର ସୁଆଦିଆ ଭୋଜି ହୋଇଥାନ୍ତେ ଚାରି ଗଞ୍ଜା। ହେଲେ ଅଚାନକ ଜୁଆ ଆଡା ଓ ଗଞ୍ଜା ଲଢେଇ ଉପରେ ପୋଲିସ ଚଢ଼ାଉ କରି ଚାରି ଗଞ୍ଜାଙ୍କୁ ଉଦ୍ଧାର କରି ଚାରିଦିନ ଧରି ଗଞ୍ଜାଙ୍କୁ ଥାନାରେ ଅଟକ ରଖି ପଶୁ ଡାକ୍ତରଖାନାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛି। ପୋଲିସ ପଶୁ ଡାକ୍ତରଖାନlରେ ଗଞ୍ଜାଙ୍କର ଗୋଡ଼ ପରୀକ୍ଷା କରୁଛି ସେମାନଙ୍କ ଗୋଡ଼ରେ ଛୁରୀ ବନ୍ଧା ଯାଇଥିଲା କି । ଯାହାଫଳରେ ଜଣା ପଡିବ ଗଞ୍ଜା ଗୁଡିକ ଲଢେଇ କରୁଥିଲେ କି ନାହିଁ। ସବୁଠାରୁ ମଜାଦାର ଘଟଣା ପୋଲିସ ଏସବୁ ମାମଲାରେ ଗଞ୍ଜାଙ୍କ ପାଇଁ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ କରିଥିବା ବେଳେ , ଗଞ୍ଜା ଲଢେଇ ଯଦି ପ୍ରମାଣିତ ହୁଏ ୫୦ ଟଙ୍କା ହେବ ଫାଇନ ।

ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମୁରୁଣା ବଜ଼lରରେ । ଗତ ଡିସେମ୍ବର ୨୫ ତାରିଖ ବେଆଇନ ଗଞ୍ଜା ଲଢେଇ ହେଉଥିବା ଖବର ପାଇ ସିମୁଳିଆ ପୋଲିସ ଚାରି ଯୁବକଙ୍କୁ ଅଟକ ରଖି ଚାରି ଗଞ୍ଜାଙ୍କୁ ଉଦ୍ଧାର କରିଥିଲା । ପୋଲିସ ଅଟକ ଚାରି ଯୁବକଙ୍କୁ ନୋଟିସ ଦେଇ ଛାଡି ଦେଇଥିବା ବେଳେ ଗଞ୍ଜାଙ୍କୁ ହାଜତରେ ଅଟକ ରଖି ତଦନ୍ତ କରୁଛି । ହାଜତରେ ଗଞ୍ଜା ଘଟଣା ବେଶ ଚର୍ଚ୍ଚା ହେଉଛି ।

Barsha

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

10 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

12 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

18 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

27 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

27 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

45 mins ago