ଦେଶ ବିଦେଶ

କେମିତି ଏତେ ଥଣ୍ଡା ସହି ପାରୁଛନ୍ତି ରାହୁଲ? ହାଡ଼ ଭଙ୍ଗା ଶୀତରେ ହାଫ୍‌ ଟି-ସାର୍ଟରେ ବୁଲିବାକୁ ନେଇ ଚର୍ଚ୍ଚା; ଏବେ ସାମ୍ବାଦିକଙ୍କ ପ୍ରଶ୍ନରେ ଏମିତି ଦେଲେ ଉତ୍ତର

କେମିତି ଏତେ ଥଣ୍ଡା ସହି ପାରୁଛନ୍ତି ରାହୁଲ? ହାଡ଼ ଭଙ୍ଗା ଶୀତରେ କେମିତି ଖାଲିପାଦ ଓ ଟି-ସାର୍ଟ ପିନ୍ଧି ଚାଲି ପାରୁଛନ୍ତି? କିଏ ଏହାକୁ ନାଟକବାଜି କହୁଛି ତ କିଏ କହୁଛି ସୁପରହ୍ୟୁମାନ । କିନ୍ତୁ ଏହା ପଛରେ କିଛି ବିଜ୍ଞାନ ଅଛି କି? ହଁ ଅଛି।

କେବଳ ରାହୁଲ ନୁହଁନ୍ତି, ବିଶ୍ୱର ୮୦୦ କୋଟି ଲୋକଙ୍କ ଭିତରୁ ୧୫୦ କୋଟି ଲୋକ ଅତ୍ୟଧିକ ଥଣ୍ଡା ଅନୁଭବ କରନ୍ତି ନାହିଁ । ଏହାର କାରଣ ହେଉଛି ସେମାନଙ୍କ ଫାଷ୍ଟ-ଟ୍ଵିଚ୍ ସ୍କେଲିଟାଲ ମସଲ ଫାଇବରରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ପ୍ରୋଟିନ୍ ନ ଥାଏ । ଏହି ପ୍ରୋଟିନ୍‌ର ନାଁ ହେଉଛି a-actinin-3 । ଏହି ପ୍ରୋଟିନ୍ ନ ଥିବା କାରଣରୁ ସେମାନ ବେଶି ଥଣ୍ଡା ଅନୁଭବ କରି ପାରନ୍ତି ନାହିଁ । ଏହା ମଧ୍ୟ ବଂଶାନୁକ୍ରମିକ। ପୃଥିବୀରେ ୮୦୦ କୋଟି ଲୋକଙ୍କ ମଧ୍ୟରେ ଏଭଳି ୧୫୦ କୋଟି ଲୋକ ଅଛନ୍ତି । ଏ ନେଇ ଆମେରିକାର ଏକ ପତ୍ରିକା ‘ହ୍ୟୁମାନ ଜେନେଟିକ୍ସ’ରେ ଏକ ରିପୋର୍ଟ ପ୍ରକାଶ ପାଇଛି।

ଭାରତ ଯୋଡ଼ୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟି-ସାର୍ଟରେ ବୁଲୁଥିବାର ଅନେକ ଫଟୋ ଭାଇରାଲ ହୋଇଛି। ତାମିଲନାଡୁରୁ ଯାତ୍ରା ଆରମ୍ଭ ସମୟରେ ତାଙ୍କ ଧଳା ଟି-ସାର୍ଟ ଉପରେ ଅନେକ ଥର ଚର୍ଚ୍ଚା ହୋଇସାରିଛି। ତେବେ ବର୍ତ୍ତମାନ ଯେଉଁ ପ୍ରସଙ୍ଗ ଉପରେ ଚର୍ଚ୍ଚା ହେଉଛି, ତାହା ହେଉଛି ରାହୁଲ ପ୍ରବଳ ଥଣ୍ଡାରେ ବି ହାଫ୍‌ ଟି-ସାର୍ଟରେ ବୁଲୁଛନ୍ତି। ଏ ନେଇ ବିଜେପି ରାହୁଲଙ୍କୁ ଘେରି ରହିଛି।

ଇତି ମଧ୍ୟରେ ରାହୁଲ ଗାନ୍ଧୀଙ୍କର ଏହା ଉପରେ ବୟାନ ସାମ୍ନାକୁ ଆସିଛି। ଯେତେବେଳେ ଆଜି ରାହୁଲ ଦିଲ୍ଲୀରେ କଂଗ୍ରେସର ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଉଥିଲେ, ସେତେବେଳେ ଜଣେ ସାମ୍ବାଦିକ ତାଙ୍କୁ ତାଙ୍କର ଟି-ସାର୍ଟ ବିଷୟରେ ପ୍ରଶ୍ନ କରିଥିଲେ। ସାମ୍ବାଦିକ ତାଙ୍କୁ ପଚାରିଥିଲେ, ‘ଆଜି ବି ଆପଣ ଟି-ସାର୍ଟରେ’। ତ ଏହା ଉପରେ ରାହୁଲ ମଜାଳିଆ ଢଙ୍ଗରେ କହିଥିଲେ, ‘ଟି-ସାର୍ଟ ହିଁ ଚାଲୁଛି ଏବଂ ଯେ ପର୍ଯ୍ୟନ୍ତ ଚାଲିବ, ଚଲାଇବା…। ଯେତେବେଳେ ଟି-ସାର୍ଟ କାମ ନ କରିବ, ସେତେବେଳେ ଦେଖିବା’। ସାମ୍ବାଦିକଙ୍କ ପ୍ରଶ୍ନରେ ରାହୁଲ ଗାନ୍ଧୀଙ୍କର ଏପରି ଜବାବ ଏବେ ଚର୍ଚ୍ଚାର ବିଷୟ ହୋଇଛି।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

8 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

11 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

17 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

26 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

26 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

43 mins ago