ରାଜ୍ୟ

ରଥଯାତ୍ରା ପାଇଁ ଧୀରେ ଧୀରେ ଖୋଲୁଛି କି ବାଟ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତାକାଲି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ବର୍ଷକୁ ଥରେ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ଚଢ଼ି ବଡ଼ଦାଣ୍ଡକୁ ଆସିଥାନ୍ତି । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଯାଇ ୯ ଦିନ ଧରି ଲୀଳା ଖେଳା କରିଥାନ୍ତି । ଯେଉଁ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରି ତାଙ୍କୁ ଦେଖି ପାରନ୍ତି ନାହିଁ ସେମାନେ ଅପେକ୍ଷା କରିଥାନ୍ତି ରଥଯାତ୍ରାକୁ । ତେବେ ଏଥର ରଥଯାତ୍ରାକୁ ରୋକିଛି କରୋନା । ସର୍ବୋଚ୍ଚ ନ୍ୟାୟାଳୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥ ଗଡ଼ିବା ଉପରେ ରୋକ୍ ଲଗାଇଛନ୍ତି । ତେବେ ଏହି ରାୟ ପରେ ଉତ୍କଣ୍ଠା, ନିରାଶା ଓ ଅସନ୍ତୋଷ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ମଧ୍ୟରେ । ସମସ୍ତେ ଚାହୁଁଛନ୍ତି ବିନା ଭକ୍ତରେ ହେଉ ପଛେ ରଥଯାତ୍ରା ବନ୍ଦ ନହେଉ ।

ଅନ୍ୟପକ୍ଷରେ ଘୋଷଯାତ୍ରାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ସୁପ୍ରିମ କୋର୍ଟ ଏହାକୁ ନେଇ ହୋଇଥିବା ମାମଲାର ଶୁଣାଣି କରିବାକୁ ଯାଉଛନ୍ତି । ସମସ୍ତଙ୍କ ନଜର ରହିଛି ତାଙ୍କର ପରିବର୍ତ୍ତିତ ରାୟ ଉପରେ । ଆଉ ତାରି ଭିତରେ ସମସ୍ତଙ୍କ ମନରେ ଏକ ଆଶା ସୃଷ୍ଟି ହୋଇଛି । ଲାଗୁଛି ଧୀରେ ଧୀରେ ରଥ ଯାତ୍ରା ପାଇଁ ବାଟ ଫିଟି ଆସିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମର୍ଥନ ଏବଂ ପ୍ରତିଶ୍ରୁତି ପରେ ସମ୍ଭବତଃ ସୁପ୍ରିମ୍ କୋର୍ଟ କିଛି କଟକଣା ରଖି ରଥଯାତ୍ରା ପାଇଁ ଅନୁମତି ଦେବେ ।

ଏପଟେ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର । ପୁରୀ ପୌର ସଂସ୍ଥା ପକ୍ଷରୁ ବଡ଼ଦାଣ୍ଡକୁ ଖାଲି କରିବା ଲାଗି ନିର୍ଦ୍ଦେଶ ହୋଇଥିବା ବେଳେ ସ୍ଥିତି ପରଖିବା ପାଇଁ ପୁରୀରେ ପହଞ୍ଚିଲେଣି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ପୋଲିସ୍ ଡିଜି ଅଭୟ । ଏପଟେ ରଥ ସଜା ସରିଥିବା ବେଳେ ସିଂହଦ୍ୱାରକୁ ରଥ ଆସିବା ପାଇଁ ଆଜ୍ଞାମାଳ ମଧ୍ୟ ଆସି ସାରିଲାଣି ।
ଏସବୁକୁ ଦେଖି କିଛି କହୁଛନ୍ତି ସବୁ ସେଇ କାଳିଆର ଲୀଳା ଏବଂ ଆଉ କିଛି କହୁଛନ୍ତି ସବୁ ରାଜନୀତି ।

 

KNews Bureau

Recent Posts

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

1 min ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

13 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

21 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

22 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

40 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

1 hour ago